ଭୁବନେଶ୍ବର ପାତ୍ରପଡ଼ାରେ ହିଟ୍ ଆଣ୍ଡ ରନ୍ ମାମଲା, ଚିକିତ୍ସାଧୀନ ଅବସ୍ଥାରେ ଜୀବନ ହାରିଲେ ମାଆ

Spread the love

ଭୁବନେଶ୍ବର : କୁନି ଝିଅ ପରେ ଏବେ ଜୀବନ ହାରିଲେ ମାଆ । ଭୁବନେଶ୍ବର ପାତ୍ରପଡ଼ାରେ ଥାର ଗାଡ଼ି ଧକ୍କାରେ ଗୁରୁତର ହୋଇଥିବା ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ ମହିଳା ରେବତୀ ରାଉଳ । ରାଖୀ ପୂର୍ଣ୍ଣିମାରେ ପାତ୍ରପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।

ଘଟଣାସ୍ଥଳରେ ୮ ବର୍ଷିୟ କୁନି ଝିଅର ମୃତ୍ୟୁ ଘଟିଥିବା ବେଳେ ଆଜି ଜୀବନ ହାରିଛନ୍ତି ମାଆ ।  ଥାର ଗାଡ଼ି ଜବତ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଏବେବି ଫେରାର ଅଛି । ଗତ ଶନିବାର ପାତ୍ରପଡାରେ ରେସିଂ କରୁଥିବା ବେଳେ କୁନି ଝିଅ ସମେତ ତାଙ୍କ ମାଆ ଓ ଭାଇକୁ ଧକ୍କା ଦେଇଥିଲା ଥାର ଗାଡି ।

ଘଟଣାସ୍ଥଳରେ କୁନି ଝିଅର ମୃତ୍ୟୁ ହୋଇଥିବା ବେଳେ ଭାଇ ଓ ମାଆ ଗୁରୁତର ଭାବେ ହସ୍ପିଟାଲରେ ଭର୍ତି ହୋଇଥିଲେ । ମୃତ ମହିଳାଙ୍କ ସ୍ବାମୀ କନିଶନରେଟ ପୋଲିସର ହୋମଗାର୍ଡ ଭାବେ କାର୍ଯ୍ୟରତ ଅଛନ୍ତି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading