ଭିନ୍ନ ଭୂମିକାରେ ଏଲିନା

Spread the love

ବାହାଘର ପରେ ଓଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ନାୟିକା ଏଲିନା ଅଭିନୟ କ୍ଷେତ୍ରରେ ବେଶ୍ ସକ୍ରିୟ ଅଛନ୍ତି। ‘ଚ୍ୟାଲେଞ୍ଜ୍’ ପରେ ତାଙ୍କର ପୁଣି ଏକ ଓଡ଼ିଆ ଛବି ଫ୍ଲୋର୍‌କୁ ଯାଉଛି। ‘ଉଦାହରଣ’ ଶୀର୍ଷକ ଏହି ଛବିରେ ତାଙ୍କୁ ଏକ ନିଆରା ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାରେ ଏଲିନା ଜଣେ ଆଇନଜୀବୀ ଚରିତ୍ରରେ ଅଭିନୟ କରିଛନ୍ତି। ‘ଇସ୍କ୍‌ ତୁ ହି ତୁ’ରେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବତୀ ଭୂମିକାରେ ଅବତୀର୍ଣ୍ଣ ହୋଇ ଅଭିନୟ ଜୀବନ ଆରମ୍ଭ କରିଥିଲେ ସେ। ଏହାପରେ ସେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସିଛନ୍ତି। କିନ୍ତୁ ଆଇନଜୀବୀ ଚରିତ୍ରରେ ପରଦାକୁ ଆସିବା ଏହା ତାଙ୍କର ପ୍ରଥମ। ଆଗରୁ ଅର୍ଚ୍ଚିତା ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ‘ଆଲୋ ମୋର କଣ୍ଢେଇ’ରେ ମହିଳା ଆଇନଜୀବୀ ଭୂମିକାରେ ପ୍ରଭାବଶାଳୀ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଲିନା ବି ଆଶା ବାନ୍ଧିଛନ୍ତି ଯେ ‘ଉଦାହରଣ’ରେ ତାଙ୍କ ଚରିତ୍ରଟି ଦମ୍‌ଦାର୍‌ ହୋଇଥିବାରୁ ଦର୍ଶକଙ୍କୁ ଭଲ ଲାଗିବ। 

ଅନ୍ୟ ପକ୍ଷରେ ପ୍ରଥମଥର ଏଲିନା ପ୍ରତିଭାବାନ୍ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁଙ୍କ ସହ କାମ କରୁଛନ୍ତି। ‘ବାପା ସୁପର୍‌ମ୍ୟାନ୍’ ଓ ‘ଆଇ ଲଭ୍ ୟୁ ୨’ ଫେମ୍ ପ୍ରିୟବ୍ରତ ପଣ୍ଡା ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ। ଏଲିନାଙ୍କ  ନୂଆ ଭୂମିକାର ଗ୍ରହଣୀୟତା ‘ଉଦାହରଣ’ ରିଲିଜ୍ ହେବା ପରେ ଜଣାପଡ଼ିବ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading