ଖୋର୍ଦ୍ଧା: ଭୟାନକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ପାଣି ପାଇପ ବୋଝେଇ ଟ୍ରକ । ଡ୍ରାଇଭର ମୃତ, ହେଲ୍ପର ଗୁରୁତର । ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସ ଗୌରଚନ୍ଦ୍ର ପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଉଭୟ ମୃତକ ଓ ଗୁରୁତର ପଶ୍ଚିମବଙ୍ଗର ଟ୍ରକ ଚାଳକ ମୁସ୍ତବାରୀ ମିଲନ ଓ ଗୁରୁତର ହେଲ୍ପର ଦେବବ୍ରତ ବାନାର୍ଜୀ । କୋଲକାତାରୁ ପାଇପ ବୋଝେଇ ହୋଇ ଚେନ୍ନାଇ ଯାଉଥିଲା ଟ୍ରକ ।
ବର୍ଷା ଲାଗି ରହିଥିବା କାରଣରୁ ପାଇପ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ମାଟି ଗଦା ସହ ଧକ୍କା ହୋଇଥିଲା । ଦୁର୍ଘଟଣାର ମାତ୍ରା ଏତେ ତୀବ୍ର ଥିଲା ଯେ ପାଇପ ଗୁଡିକ କ୍ୟାବିନକୁ ଧକ୍କା ଦେବାରୁ ଟ୍ରକର କ୍ୟାବିନ ଟ୍ରକରୁ ଅଲଗା ହୋଇ ଯାଇଥିଲା । ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲ୍ପର ଗୁରୁତର ହୋଉଥିଲେ । ଦୀର୍ଘ ଘଣ୍ଟା ଧରି ଟ୍ରକ ଭିତରେ ଚାପି ହୋଇ ରହିଥିଲେ ହେଲପର । ଖବରପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଓ ଚାନ୍ଦପୁର ପୋଲିସ ପହଁଚି ଉଦ୍ଧାର କରିଥିଲା । ଅଧିକ ଚିକିତ୍ସା ପାଇଁ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ମୃତଦେହ ସହ ଟ୍ରକକୁ ଜବତ କରି ତଦନ୍ତ କରୁଛି ପୋଲିସ ।
Discover more from Emerging Odisha
Subscribe to get the latest posts sent to your email.