ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ

Spread the love

ନୂଆଦିଲ୍ଲୀ,୨୩/୦୭: ଥମିନି ଭାରତ-ପାକିସ୍ତାନ ଉତ୍ତେଜନା । ଏବେ ବି ଦୁଇ ଦେଶ ମଧ୍ୟରେ ଛାୟା ଉତ୍ତେଜନା ଜାରି ରହିଛି । ତେଣୁ ସୀମାରେ ଆଲର୍ଟ ଜାରି ହୋଇଛି । ଭାରତ ଓ ପାକିସ୍ତାନ ପୁଣି ଥରେ ସୀମାରେ ନିଜ ନିଜ ଆକାଶପଥକୁ କଡ଼ାକଡ଼ି କରିଛନ୍ତି । ଗତ ମେ’ ମାସରେ ଗମ୍ଭୀର ଉତ୍ତେଜନା ସୃଷ୍ଟି ହେବାର ୩ମାସରୁ କମ୍‌ ସମୟ ପରେ ଉଭୟ ଦେଶ ଏୟାର୍‌ମ୍ୟାନ୍‌ମାନଙ୍କୁ ନୂଆ ନୋଟାମ୍‌ ଜାରି କରିଛନ୍ତି, ଯେଉଁଥିରେ ସାମରିକ ସତର୍କତା ଜାରି ରହିବ ବୋଲି ସଙ୍କେତ ଦିଆଯାଇଛି । ସୀମାରେ ସାମରିକ ସତର୍କତା ଜାରି ହୋଇଛି ।

ଭାରତୀୟ ବାୟୁସେନାର ଦକ୍ଷିଣ-ପଶ୍ଚିମ ବାୟୁସେନା କମାଣ୍ଡ ଜୁଲାଇ ୨୩ରୁ ଅର୍ଥାତ୍‌ ଆଜିଠୁ ୨୫ ପର୍ଯ୍ୟନ୍ତ ଏକ ବାୟୁଯୁଦ୍ଧ ଅଭ୍ୟାସ କରିବ । ଅନ୍ତର୍ଜାତୀୟ ସୀମାଠାରୁ ଅଳ୍ପ ଦୂରରେ ରାଜସ୍ଥାନ-ଗୁଜରାଟ ଅଞ୍ଚଳରେ ଏହି ଅଭ୍ୟାସ କରାଯିବ । ସେପଟେ ପାକିସ୍ତାନ ତାର କେନ୍ଦ୍ରୀୟ ଓ ଦକ୍ଷିଣ ଆକାଶମାର୍ଗକୁ ଅବରୋଧ କରିଛି । କେନ୍ଦ୍ରୀୟ ଅଞ୍ଚଳକୁ ନିଷିଦ୍ଧ କରାଯିବା ସହ ଦକ୍ଷିଣ ସେକ୍ଟର ବନ୍ଦ ରଖିବା ଉପରେ ଫୋକସ୍‌ କରାଯାଉଛି ।

ମେ ୭ରେ ଭାରତ ପହଲଗାମ ପ୍ରତିଶୋଧ ନେଇ ସିନ୍ଦୂର ଅଧୀନରେ ପାକିସ୍ତାନ ଓ ପାକ୍‌ ଅଧିକୃତ କାଶ୍ମୀରରେ ଆକ୍ରମଣ କରିଥିଲା । ଏଥିରେ ୯ଟି ଆତଙ୍କୀ କେନ୍ଦ୍ରକୁ ଧ୍ୱଂସ କରାଯାଇ ଥିଲା । ଭାରତର ଏକମାତ୍ର ଲକ୍ଷ୍ୟ ଥିଲା କେବଳ ଆତଙ୍କବାଦୀ ଭିତ୍ତିଭୂମିକୁ ନିଷ୍କ୍ରିୟ କରିବା, ଅଧିକ ଉତ୍ତେଜନା ସୃଷ୍ଟି କରିବା ନୁହେଁ । କିନ୍ତୁ ପାକିସ୍ତାନ ଏହାର ଜବାବ୍‌ ଦେଇଥିଲା । ଭାରତୀୟ ଏସାରବେସ୍‌, ସାମରିକ ପ୍ରତିଷ୍ଠାନ, ଏପରିକି ବେସାମରିକ ଅଞ୍ଚଳକୁ ଟାର୍ଗେଟ୍‌ କରି କମ୍ରାଗତ ଭାବେ ଡ୍ରୋନ୍‌ ଓ ଏୟାଷ୍ଟ୍ରାଇକ୍‌ କରିଥିଲା । 

ଏହାପରେ ମେ ୭ରୁ ୧୦ ଯାଏ ଚାଲିଥିବା ଯୁଦ୍ଧରେ ଭାରତୀୟ ବାୟୁସେନା ପାକିସ୍ତାନର ୯ଟି ଏୟାରବେସ୍‌ ଓ ୩ଟି ରାଡ଼ାର ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରିଥିଲା । ଏମାନଙ୍କ ମଧ୍ୟରୁ କେତେକ ସମ୍ବେଦନଶୀଳ ଅଞ୍ଚଳ, ପରମାଣୁ ସ୍ଥଳ ଓ ପ୍ରମୁଖ କମାଣ୍ଡ ଢାଞ୍ଚା ନିକଟରେ ଥିଲା । ବିଶେଷ କରି ସୀମା ନିକଟରେ ସାମରିକ ଅଭ୍ୟାସ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ୱାଭାବିକ ନୁହେଁ । ମେ ୧୦ରେ ଲଢେଇ ଶେଷ ହେବା ରେ ବି ଛାୟା ଉତ୍ତେଜନା ଲାଗି ରହିଛି । ଅଭ୍ୟାସର ନୂଆ  ଲହର ଦର୍ଶାଉଛି ଯେ ଉଭୟ ପକ୍ଷ ପ୍ରସ୍ତୁତ ଚଳାଇଛନ୍ତି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading