ପୂର୍ବତନ ମିସ୍ ୱାର୍ଲ୍ଡ ଏବଂ ଲାଇଫଟାଇମ୍ ବ୍ୟୁଟି ପୁରସ୍କାର ବିଜେତା ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ତାଙ୍କ ଚମତ୍କାର କ୍ୟାରିଅରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ଫୋବର୍ସ ଅନୁଯାୟୀ, ଅଭିନେତ୍ରୀଙ୍କ ସମ୍ପତ୍ତି ବର୍ତ୍ତମାନ ୯୦୦ କୋଟି ଟଙ୍କା, ଯାହା ତାଙ୍କୁ ଭାରତର ଦ୍ୱିତୀୟ ଧନୀ ଅଭିନେତ୍ରୀ କରିଦେଇଛି ।
ଅଭିନେତ୍ରୀଙ୍କ ସ୍ୱାମୀ, ଅଭିନେତା ଅଭିଷେକ ବଚ୍ଚନଙ୍କ ସମ୍ପତ୍ତି ପ୍ରାୟ ୨୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେ ପ୍ରତି ଫିଲ୍ମ ପାଇଁ ୫ ରୁ ୧୦ କୋଟି ଟଙ୍କା ଚାର୍ଜ କରନ୍ତି। ବଚ୍ଚନ ପରିବାର ବଲିଉଡର ସବୁଠାରୁ ହାଇ-ପ୍ରୋଫାଇଲ୍ ଏବଂ ଧନୀ ପରିବାର ମଧ୍ୟରୁ ଗୋଟିଏ ।
ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତି କେବଳ ତାଙ୍କ ଫିଲ୍ମରୁ ନୁହେଁ ବରଂ ଉଚ୍ଚମାନର ଭାରତୀୟ ଏବଂ ଆନ୍ତର୍ଜାତୀୟ ବ୍ରାଣ୍ଡଗୁଡ଼ିକର ପ୍ରଚାର ଦ୍ୱାରା ମଧ୍ୟ ନିର୍ମିତ । ଜୁହି ଚାୱଲା ୨୦୨୪ ମସିହାରେ ଭାରତର ସବୁଠାରୁ ଧନୀ ଅଭିନେତ୍ରୀ ହୋଇଥିଲେ। ଗତ ବର୍ଷର ହୁରୁନ୍ ରିଚ୍ ଲିଷ୍ଟ ଅନୁଯାୟୀ, ‘ୟେସ୍ ବସ୍’ ଅଭିନେତ୍ରୀଙ୍କ ସମ୍ପତ୍ତି ୪୬୦୦ କୋଟି । ଏହି ତାଲିକାରେ ଐଶ୍ୱର୍ଯ୍ୟା ରାୟ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ ଏବଂ ଦୀପିକା ପାଦୁକୋନ ମଧ୍ୟ ଅଛନ୍ତି ।
ପରଦାରେ ଦମ୍ଦାର ପ୍ରଦର୍ଶନ ପାଇଁ ଐଶ୍ୱର୍ଯ୍ୟା ହେଉଛନ୍ତି ବଲିଉଡ୍ର ଅନ୍ୟତମ ସବୁଠୁ ମହଙ୍ଗା ଅଭିନେତ୍ରୀ । ଗୋଟିଏ ଫିଲ୍ମ ପିଛା ପ୍ରାୟ ୧୦ କୋଟି ଟଙ୍କା ପାରିଶ୍ରମିକ ସେ ନିଅନ୍ତି । ଅଭିନୟ ସହିତ ଲୋକପ୍ରିୟ ଓ ମହଙ୍ଗା ଭାରତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ୍ଗୁଡ଼ିକର ବିଜ୍ଞାପନରୁ ସେ ୬-୭ କୋଟି ଟଙ୍କା ଆୟ କରନ୍ତି । ବିଜ୍ଞାପନରେ ତାଙ୍କର ଉପସ୍ଥିତି ବିଶ୍ୱସ୍ତରରେ ତାଙ୍କ ଲୋକପ୍ରିୟତାକୁ ବଜାୟ ରଖିବାରେ ସାହାଯ୍ୟ କରିଛି । ଅଭିନୟ ଓ ବିଜ୍ଞାପନ ସହିତ ଐଶ୍ୱର୍ଯ୍ୟା ବ୍ୟବସାୟ ଜଗତରେ ମଧ୍ୟ ଏଣ୍ଟ୍ରି କରିଛନ୍ତି ।
Discover more from Emerging Odisha
Subscribe to get the latest posts sent to your email.