ବୋମାମାଡ଼ କରି ଅଳଙ୍କାର ଦୋକାନ ଲୁଟିନେଲେ ୮ ଲୁଟେରା

Spread the love

ଖୋର୍ଦ୍ଧା: ବାଇକ୍‌ରେ ଆସିଲେ, ଦୋକାନ ଆଗରେ ପ୍ରଥମେ ବୋମା ପକାଇଲେ । ତା’ପରେ ବନ୍ଧୁକରୁ ଗୁଳି ଫଟାଇ ଭୟଭୀତ କଲେ । ମାରଣାସ୍ତ୍ର ଦେଖାଇ ଦିନ ଦ୍ଵିପ୍ରହରରେ ଲୁଟିନେଲେ ସୁନା, ରୂପା ସବୁ ଅଳଙ୍କାର । ୮ ଜଣିଆ ଲୁଟେରା ଗ୍ୟାଙ୍କ ୪ଟି ବାଇକ୍‌ରେ ଆସି ପୁରା ଜୁଏଲାରୀ ଦୋକାନକୁ ଲୁଟି ନେଇଛନ୍ତି । ଏ ଡକାୟତି ହୋଇଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରି ଗାଁରେ ଥିବା ସାଇ ସୋନୁ ଅଳଙ୍କାରରୁ ।


ଦୋକାନରୁ ସମସ୍ତ ଅଳଙ୍କାରକୁ ଅଖାରେ ଭର୍ତ୍ତି କରି ଲୁଟେରା ନେଇ ଯାଇଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଖବର ପାଇ ଅଳଙ୍କାର ଦୋକାନରେ ସାଇଣ୍ଟିଫିକ୍ ଟିମ୍ ସହ ଛାନଭିନ୍ କରୁଛି ଜଙ୍କିଆ ଥାନା ପୋଲିସ । ଲୁଟ୍ କରିବାକୁ ଆସିଥିବା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଦୋକାନକୁ ଆସିଥିବା ଜଣେ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି । ଗ୍ରାହକଙ୍କ ପେଟରେ ଗୁଳି ବାଜିଥିବା ବେଳେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading