ବୃଦ୍ଧଙ୍କ ଠାରୁ ୯ କୋଟି ଟଙ୍କା ଲୁଟିନେଲେ ସାଇବର ଠକ

Spread the love

ସାଇବର ଠକ ଲୁଟିନେଲେ ୯କୋଟି ଟଙ୍କା । ମୁମ୍ବାଇରେ ଜଣେ ୮୦ବର୍ଷ ବୟସ୍କ ବୃଦ୍ଧଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ସାଇବର ଲୁଟେରାମାନେ ବୃଦ୍ଧଙ୍କୁ ସମବେଦନାର ଆଳ ଦେଖାଇ ପ୍ରଥମେ ତାଙ୍କର ବିଶ୍ବସ୍ତ ହେବାକୁ ଚେଷ୍ଟା କରିଥିଲେ । ୨୦୨୩ରେ ପ୍ରଥମେ ଫେସବୁକରେ ଆରମ୍ଭ ହୋଇଥିଲା ବନ୍ଧୁତା । ପରେ ସେମାନେ ପରସ୍ପର ସହ ଚାଟିଂ କରିବା ସହ ନମ୍ବର ଦିଆନିଆ କରିଥିଲେ । ଏହାର କିଛି ଦିନ ପରେ ଆଉ ତିନିଜଣ ମହିଳା ବୃଦ୍ଧଙ୍କ ସହ ଫେସବୁକରେ ଯୋଡି ହୋଇଥିଲେ ।

ଚାରି ମହିଳା ବିଭିନ୍ନ ସମସ୍ୟା ଜଣାଇ ବୃଦ୍ଧଙ୍କ ଠାରୁ ପ୍ରଥମେ ଟଙ୍କା ମାଗିଥିଲେ । ପରେ ମହିଳାମାନେ ତାଙ୍କୁ ଅଶ୍ଳୀଳ ମେସେଜ ପଠାଇବା ସହ ତାଙ୍କ ଠାରୁ ବାରମ୍ବାର ଟଙ୍କା ଲୁଟ୍ କରିଥିଲେ । ଗତ ୨୧ ମାସ ଧରି ଚାଲିଥିଲା ଏହି ସାଇବର ଲୁଟ୍ । ଶେଷରେ ମହିଳାମାନଙ୍କ ଦ୍ବାରା ୯କୋଟି ଟଙ୍କା ଠକେଇର ଶିକାର ହୋଇଥିଲେ ବୃଦ୍ଧ । ସର୍ବସ୍ବାନ୍ତ ହେବା ପରେ ବୃଦ୍ଧ ଜଣଙ୍କ ତାଙ୍କ ପୁଅକୁ ୫ଲକ୍ଷ ଟଙ୍କା ମାଗିଥିଲେ। ଏଥିରେ ତାଙ୍କ ପୁଅର ସନ୍ଦେହ ହୋଇଥିଲା । ଖୋଳତାଡ ପରେ ବୃଦ୍ଧଙ୍କ ଆକାଉଣ୍ଟରୁ ପ୍ରାୟ ୯କୋଟି ଟଙ୍କା ସାଇବର ଲୁଟେରା ଲୁଟି ନେଇଥିବା ଜଣାପଡିଛି । ଏନେଇ ଅଭିଯୋଗ ପରେ ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରୁଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading