ବୁଲା କୁକୁର ପ୍ରସଙ୍ଗରେ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ପ୍ରତିକ୍ରିୟା : କୁକୁରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ କଲେ ନିବେଦନ

Spread the love

ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ କଡାକଡି ପାଳନ କରିବ ବିଭାଗ  । ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗ କରିବ ବୁଲା କୁକୁରଙ୍କ ଗଣନା ମଧ୍ୟ ହେବ ।  ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।   ବିଭାଗ ପକ୍ଷରୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଗଣନା ଏବଂ ଟୀକାକାରଣ କରାଯିବ ।  ଏହାସହ ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରି ଅଣାଯାଇଥିବା ସ୍ଥାନରେ ଛାଡି ଦିଆଯିବ । ଯେଉଁମାନେ ହିଂସ୍ର ଓ ଜ୍ୱାଳାନ୍ତକ ରୋଗରେ ପୀଡିତ ଥିବେ ଆଶ୍ରୟ ସ୍ଥଳରେ ରଖାଯିବ  ।  ରାଜ୍ୟରେ ଅଛନ୍ତି ୭ ଲକ୍ଷ ବୁଲା କୁକୁର ଏବଂ ପୋଷା କୁକୁର ଅଛନ୍ତି ୬୪ ହଜାର ।

ଏଣିକି ବୁଲା କୁକୁରଙ୍କୁ ରାସ୍ତା କଡରେ ଖାଇବାକୁ ନଦେବାକୁ ସଚେତନ କରିବ ମୁନିସିପାଲିଟି । ଏହାସହ ରାସ୍ତା କଡ଼ରେ ଚିକେନ ମଟନ କାଟି ଏଣେ ତେଣେ ପକାଇପାରିବେ ନାହିଁ କିମ୍ବା ବୁଲା କୁକୁରଙ୍କୁ ବଳକା ମାଂସ ନଦେବାକୁ ନିର୍ଦେଶ । ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଚିକେନ ମଟନ ନ କାଟି ନିର୍ଦ୍ଧିଷ୍ଟ ସ୍ଥାନରେ କାଟିବେ ଦୋକାନୀ  । ଏନେଇ ବିଭାଗ ପକ୍ଷରୁ ସମସ୍ତ ମୁନିସିପାଲିଟିକୁ ନିର୍ଦେଶ ।  ନିର୍ଦ୍ଧିଷ୍ଟ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦିଆଯିବ । ସାମଜିକ ସଂଗଠନ ଓ ଏନଜିଓମାନେ ବୁଲା କୁକୁରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ । 

ସୁଚନା ଅନୁୟାୟୀ ଦିଲ୍ଲୀ-ଏନ୍‌ସିଆର୍‌ରେ ବୁଲା କୁକୁରଙ୍କ ଉପରେ ଅଗଷ୍ଟ ୮ ତାରିଖରେ ଦେଇଥିବା ବିବାଦୀୟ ଆଦେଶକୁ ସୁପ୍ରିମ୍‌କୋର୍ଟ ସଂଶୋଧନ କରିଛନ୍ତି। ପୂର୍ବରୁ ଅଦାଲତ କୁକୁରମାନଙ୍କୁ ଧରି ବନ୍ଧ୍ୟାକରଣ ପରେ ଆଶ୍ରୟସ୍ଥଳରେ ରଖିବା ଓ ସେଠାରୁ କେବେ ବି ବାହାରକୁ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବେ ସେମାନଙ୍କୁ ବନ୍ଧ୍ୟାକରଣ ଓ ଟିକାକରଣ ପରେ ସେହି ଅଞ୍ଚଳରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଠାରୁ ସେମାନଙ୍କୁ ଉଠାଇ ନିଆଯାଇଥିଲା। ତେବେ ରାବିଜ୍ (ଜଳାତଙ୍କ)ରେ ପୀଡ଼ିତ କିମ୍ବା ଆକ୍ରମଣାତ୍ମକ ଆଚରଣ ଥିବା କୁକୁରମାନଙ୍କୁ ଟିକା ଦେଇ ଅଲଗା ଆଶ୍ରୟସ୍ଥଳୀରେ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ବୁଲା କୁକୁରମାନଙ୍କୁ କୃମିମୁକ୍ତ କରିବା, ଟିକା ଦେବା ପରେ ଅଣାଯାଇଥିବା ଅଞ୍ଚଳରେ ଛାଡ଼ିଦିଆଯିବା ଉଚିତ ବୋଲି ସୁପ୍ରିମ୍‌କୋର୍ଟ କହିବା ସହ ଅଗଷ୍ଟ ୮ର ଆଦେଶକୁ ଅତ୍ୟନ୍ତ କଠୋର ବୋଲି କହିଛନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ପରିସରକୁ ସମଗ୍ର ଭାରତରେ ବିସ୍ତାର କରି ଏକ ଜାତୀୟ ନୀତି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି।

ଜଷ୍ଟିସ୍‌ ବିକ୍ରମ ନାଥ, ଜଷ୍ଟିସ୍‌ ସନ୍ଦୀପ ମେହେଟା ଓ ଜଷ୍ଟିସ୍‌ ଏନ୍‌ଭି ଅଞ୍ଜରିଆଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଅଗଷ୍ଟ ୮ର ଆଦେଶରେ ଅନେକ ପରିବର୍ତ୍ତନ କରିଛନ୍ତି। ଜଷ୍ଟିସ୍‌ ପାର୍ଦିୱାଲାଙ୍କ ନେତୃତ୍ବାଧୀନ ଖଣ୍ଡପୀଠଙ୍କ ଅଗଷ୍ଟ ୮ ଆଦେଶକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଧାନ ବିଚାରପତି ଏହି ମାମଲାକୁ ତିନିଜଣିଆ ଖଣ୍ଡପୀଠକୁ ସ୍ଥାନାନ୍ତର କରିଥିଲେ। 

ତେବେ ବୁଲା କୁକୁରଙ୍କୁ ସର୍ବସାଧାରଣରେ ଖାଇବାକୁ ଦିଆଯିବ ନାହିଁ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। କୁକୁରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଆବେଦନ କରିବାକୁ ପଶୁପ୍ରେମୀମାନଙ୍କୁ କୋର୍ଟ ଅନୁମତି ଦେଇଛନ୍ତି, କିନ୍ତୁ ବୁଲା କୁକୁରମାନଙ୍କୁ ଯେପରି ରାସ୍ତାକୁ ପୁଣି ଫେରାଇ ଅଣା ନ ଯିବ ତାହା ସୁନିଶ୍ଚିତ କରିବା ସେମାନଙ୍କ ଦାୟିତ୍ୱ ହେବ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ ପ୍ରତି ବ୍ୟକ୍ତିଗତ ଆବେଦନକାରୀ ଓ ଏନ୍‌ଜିଓ ଯଥାକ୍ରମେ ୨୫ ହଜାର ଓ ୨ ଲକ୍ଷ ଟଙ୍କା କୁକୁର କଲ୍ୟାଣ ପାଣ୍ଠିରେ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ପଶୁପ୍ରେମୀମାନେ କ’ଣ ଯୁକ୍ତି ବାଢ଼ିଥିଲେ

ଆନୁମାନିକ ୮ ଲକ୍ଷ ବୁଲା କୁକୁରଙ୍କୁ ରହିବା ପାଇଁ ପର୍ଯ୍ୟାପ୍ତ ସୁବିଧା ନାହିଁ ବୋଲି ଦର୍ଶାଇ ପଶୁକର୍ମୀ ଓ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ଅଗଷ୍ଟ ୮ ରାୟର ବିରୋଧ କରିଥିଲେ। ଏତେସଂଖ୍ୟକ ପଶୁଙ୍କୁ ଆଶ୍ରୟସ୍ଥଳୀରେ ରଖିବା ଦ୍ୱାରା ସମସ୍ୟା ସୃଷ୍ଟି ହେବ ଏବଂ ପଶୁମାନଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇବ ବୋଲି ସେମାନେ ଦାବି କରିଥିଲେ। ଏକ ପ୍ରମୁଖ ଯୁକ୍ତି ଥିଲା ଯେ ଅଗଷ୍ଟ ୮ର ଆଦେଶ ପଶୁ ଜନ୍ମ ନିୟନ୍ତ୍ରଣ (ଏବିସି) ନିୟମ ବିରୋଧରେ ଥିଲା, ଯେଉଁଥିରେ ଉଲ୍ଲେଖ ରହିଛି, ବନ୍ଧ୍ୟାକରଣ ଓ ଟିକାକରଣ ପରେ ବୁଲା କୁକୁରମାନଙ୍କୁ ସ୍ଥାୟୀ ଭାବରେ ସ୍ଥାନାନ୍ତର କରାଯାଇପାରିବ ନାହିଁ ଏବଂ ସେମାନଙ୍କୁ ଯେଉଁଠାରୁ ନିଆଯାଇଥିଲା ସେଠାରେ ଛାଡ଼ିବା ଉଚିତ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading