ବିମାନବନ୍ଦରରେ ଆତଙ୍କବାଦୀ ଆକ୍ରମଣ ଭୟ! ଗୁପ୍ତ ସୂଚନା ପରେ ହାଇ ଆଲର୍ଟରେ

Spread the love

 ଭାରତର ସମସ୍ତ ବିମାନବନ୍ଦର ହାଇ ଆଲର୍ଟରେ । ଆତଙ୍କବାଦୀ ଆକ୍ରମଣର ସତର୍କ ସୂଚନାବ୍ୟୁରୋ ଅଫ୍ ସିଭିଲ ଏଭିଏସନ ସିକ୍ୟୁରିଟି ବା ବିସିଏଏସ ଦେଶର ସମସ୍ତ ବିମାନବନ୍ଦର, ରାଜ୍ୟ ପୁଲିସ ଓ ଏୟାରଲାଇନ୍ସକୁ ସତର୍କ କରି ଏକ ଆଡ଼ଭାଇଜରୀ ଜାରି କରିଛି । କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସିରୁ ମିଳିଥିବା ସୂଚନା ଅନୁସାରେ, ୨୨ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୫ ମଧ୍ୟରେ ଆତଙ୍କବାଦୀଙ୍କ ଦ୍ୱାରା ସମ୍ଭାବ୍ୟ ଆକ୍ରମଣର ଆଶଙ୍କା ରହିଛି । ବିସିଏଏସ ଏହି ଆଡ଼ଭାଇଜରୀ ଜାରି କରି ବିମାନବନ୍ଦର, ଏୟାରଷ୍ଟ୍ରିପ, ହେଲିପ୍ୟାଡ ଓ ଫ୍ଲାଇଂ ସ୍କୁଲରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହ ସ୍ଥାନୀୟ ପୁଲିସ, ସିଆଇଏସଏଫ ଓ ଗୁପ୍ତଚର ଏଜେନ୍ସି ସହିତ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading