ବାଇକ ଉପରେ ରୋମାନ୍ସ ଷ୍ଟଣ୍ତ : ରାଜଧାନୀ ରାଜରାସ୍ତାରେ ଯୁବକ ଯୁବତୀଙ୍କ ଅଜବ କାରନାମା

Spread the love

ବାଇକ୍‌ ଉପରେ ରୋମାନ୍ସ ଷ୍ଟଣ୍ଟ । ଯୁବତୀ ଓଲଟା ବସି ରିଲସ ଦେଖିଲେ, ପ୍ରେମିକ ଫିଲ୍ମ ଷ୍ଟାଇଲରେ ବାଇକ ଉଡ଼େଇଲେ। ରାଜଧାନୀରେ ମତୁଆଲା ଯୁବକ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଛି ।  ଟ୍ରାଫିକ୍ ନିୟମର ଧଜିଆ ଉଡ଼ାଇଲେ ଯୁବକ ଯୁବତୀ ।  ଚଳନ୍ତା ବାଇକରେ ଯୁବତୀଙ୍କୁ ଓଲାଟା ଟାଙ୍କି ଉପରେ ବସାଇ ଚଳାଇଲେ ବାଇକ୍। ନା ମୁଣ୍ଡରେ ଅଛି ହେଲମେଟ ନା ସୁରକ୍ଷାକୁ କୌଣସି ଚିନ୍ତା  ।   ବାଇକରେ ଯୁବତୀ ଜଣଙ୍କ ଓଲାଟା ବସିବା ସହ ଯୁବକଙ୍କ କାନ୍ଧକୁ ଧରି ବସିବା ସହ ରୋମାନ୍ସ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଇନଫୋସିଟି ଥାନାରୁ ଇନଫୋସିଟି ଛକ ଆଡ଼େ ବାଇକରେ ଏହି ଯୁବକ ଯୁବତୀ ଆସୁଥିବା ଦେଖିବାକୁ ମିଳିଛି ।  ଏହି ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ବି ତାଜୁବ ହୋଇଛନ୍ତି । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading