ବହୁଚର୍ଚ୍ଚିତ ନବ ଦ‌ାସ ହତ୍ୟା ମାମଲା ; ଆଜି ଝାରସୁଗୁଡ଼ା ଏଡିଜେ କୋର୍ଟରେ ହେବ ଶୁଣାଣି

Spread the love

ବହୁଚର୍ଚ୍ଚିତ ନବ ଦ‌ାସ ହତ୍ୟା ମାମଲାରେ ଆଜି ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ହେବ । ଏହି ଘଟଣାର ଅନ୍ୟତମ ମୁଖ୍ୟ ସାକ୍ଷୀ କୁହାଯାଉଥିବା ତତ୍କାଳୀନ ବ୍ରଜରାଜନଗର ଥାନାଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ସାକ୍ଷ୍ୟ ଗ୍ରହଣ ହେବ । ୨୦୨୩ ଜାନୁଆରି ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀ ଛକରେ ନବ ଦାସଙ୍କୁ ଗୁଳିମାଡ଼ କରାଯିବା ବେଳେ ଘଟଣାସ୍ଥଳରେ ଅଭିଯୁକ୍ତ ଗୋପାଳ ଦାସ ହାତରେ ବନ୍ଧୁକ ଧରି ଛିଡ଼ା ହୋଇଥିବା ଦୃଶ୍ୟ ଭିଡିଓରେ ଉତ୍ତୋଳିତ ହୋଇଥିଲା । ଏହି ସମୟରେ କିଛି ବ୍ୟକ୍ତିଙ୍କ ମୋବାଇଲ୍‌ରେ ଆଉ ଏକ ଦୃଶ୍ୟ ବି କଏଦ୍‌ ହୋଇଥିଲା ।

ତତ୍କାଳୀନ ଥାନାଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁ ଓ ଅନ୍ୟ ପୁଲିସ କର୍ମଚାରୀ ଗୋପାଳର କଲର ଧରି ତାକୁ କାବୁ କରିଥିଲେ । ସେହି ଭିଡ଼ ଭିତରୁ ଜଣେ ଯୁବକ ଆଉ ଏକ ବନ୍ଧୁକ ଧରି ବାହାରିବା ସହ ତାକୁ ପ୍ରଦର୍ଶନ କରି ବୁଲୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ସେହି ବନ୍ଧୁକ ସଂପର୍କରେ ପୁଲିସ ନିଜ ତଦନ୍ତ ରିପୋର୍ଟରେ କୌଣସି ତଥ୍ୟ ପ୍ରକାଶ କରିନଥିଲା । କିନ୍ତୁ ପରେ ବିଜେଡି କର୍ମୀ ସରୋଜ ସା’ ନିଜେ ତତ୍କାଳୀନ ଆଇଆଇସି ଶ୍ରୀ ସ୍ବାଇଁ କାଳେ ଗୁଳିମାଡ଼ କରିବେ ସେହି ଆଶଙ୍କାରେ ତାଙ୍କ ବନ୍ଧୁକ ଛଡ଼ାଇ ନେଇଥିଲେ ବୋଲି ଗଣମାଧ୍ୟମକୁ କହିଥିଲେ । ଗତ ମାର୍ଚ୍ଚରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସାନି ତଦନ୍ତ ଆରମ୍ଭ ହୋଇଥିଲା । ଘଟଣା ଦିନ ପୁଲିସର ବନ୍ଧୁକ ଛଡ଼ାଇଥିବା ବିଜେଡି କର୍ମୀ ସରୋଜ ସା ଦେଇଥିବା ବୟାନ ପ୍ରଦ୍ୟୁମ୍ନଙ୍କୁ ବିବାଦ ଘେରକୁ ଟାଣି ଆଣିଛି । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading