ବରଗଡ଼ ପାଇକମାଳରେ ହାତୀ ଉପଦ୍ରବ : ମୋତିପାଲି ଗାଁରେ ଲୋକଙ୍କ ଘର ଭାଙ୍ଗିଲା ଦନ୍ତା

Spread the love

 ବରଗଡ଼ ପାଇକମାଳରେ ହାତୀ ଉପଦ୍ରବ। ପାଇକମାଳ ବ୍ଲକ ବରତୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମୋତିପାଲି ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଲିଛି। ମୋତିପାଲି ଗାଁର ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଛି ହାତୀ । ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ ସ୍ଥାନୀୟ ଅଞ୍ଚଳରେ ହାତୀ ରହିଥିବା କାରଣରୁ ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସଚେତନ କରୁଛି ବନ ବିଭାଗ  ।  

ସେପଟେ ମାତିଛି ପାଗଳ ଷଣ୍ଢ। ଆକ୍ରମଣରେ ଜଣେ ମହିଳା ଗୁରୁତର ।  କିଛି ଦିନ ହେଲା କେନ୍ଦ୍ରାପଡ଼ା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳରେ ଏକ ଷଣ୍ଢ ଆତଙ୍କ ସୃଷ୍ଟି କରିଛି  । ଦୁଇଦିନ ହେବ ଷଣ୍ଢଟି ତାଳଚୁଆ ବଜାରରେ ଅନେକ ଲୋକଙ୍କୁ ମାରିବାକୁ ଗୋଡ଼ାଉଛି  ।  ଲୋକଙ୍କୁ ଆକ୍ରମଣ କରିବା ସହିତ ଦୋକାନ ବଜାର ଭଙ୍ଗାରୁଜା କରିବାର ଦେଖିବାକୁ ମିଳିଛି। ଗତକାଲି ମଧ୍ୟ ବଜାରରେ ଷଣ୍ଢଟି ଆକ୍ରମଣ କରିଥିଲା । ମହିଳା ଜଣକ ରାସ୍ତାରେ ଯାଉଥିବ ସମୟରେ ଷଣ୍ଢଟି ତାଙ୍କୁ ଆକ୍ରମଣ କରି ଗୋଡାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ନେଇ ତାଳଚୁଆ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading