ପୁରୁଣା ଭୁବନେଶ୍ୱର,୨୯।୮ ସେପ୍ଟେମ୍ବର ୭ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ଏହି ଅବସରରେ ଶ୍ରୀଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ କରାଯିବ। ପ୍ରାତଃରୁ ଦୈନିକ ନୀତିକାନ୍ତି, ମଙ୍ଗଳ ଆଳତି, ଅବକାଶ, ଦର୍ଶନ ଆଦି ନୀତି ଯଥାବିଧି ଅନୁଷ୍ଠିତ ହେବ। ଅପରାହ୍ନ ୧୨ଟା ୫୭ ସୁଦ୍ଧା ସମସ୍ତ ନୀତିକାନ୍ତି ସମାପନ କରାଯିବ। ମଧ୍ୟରାତ୍ରି ୧ଟା ୨୭ରେ ସର୍ବ ମୋକ୍ଷ ହେବ। ହେଲେ ଏହା ପୂର୍ବରୁ ଶ୍ରୀଜୀଉଙ୍କୁ ସେବାୟତମାନେ ବିନ୍ଦୁସାଗର ଅଭିମୁଖେ ଶୋଭାଯାତ୍ରାରେ ନେବେ। ସେଠାରେ ଦିଅଁଙ୍କ ଗ୍ରହଣ ସ୍ନାନ ସମ୍ପନ୍ନ କରାଯିବ। ସ୍ନାନ ସମ୍ପନ୍ନ ପରେ ଶ୍ରୀଜୀଉ ମନ୍ଦିରକୁ ଯାତ୍ରା କରିବେ। ମନ୍ଦିରରେ ପହଞ୍ଚତ୍ବା ପରେ ଶ୍ରୀଜୀଉଙ୍କୁ ଗ୍ରହଣ ଭୋଗ ଲାଗି କରାଯିବ।
ଏନେଇ ପୂଜାପଣ୍ଡା ନିଯୋଗ ସମ୍ପାଦକ ଶଚିକାନ୍ତ ପୂଜାପଣ୍ଡା ସୂଚନା ଦେଇଛନ୍ତି। ଏହାପରେ ଶିଳାବ୍ରହ୍ମ ଏବଂ ରୋଷରେ ମହାସ୍ନାନ ଦିଆଯାଇ ଦହି ପଖାଳ କରାଯାଇ ବଡ଼ସିଂହାର ହୋଇ ମନ୍ଦିର ପହୁଡ଼ ପଡିବ। ଗ୍ରହଣ ପୂର୍ବରୁ ଶ୍ରୀଜୀଉଙ୍କ ପ୍ରାୟ ସମସ୍ତ ନୀତି ଶେଷ କରାଯାଇଥାଏ। ଗ୍ରହଣ ଲାଗିବା ସମୟରେ ଠାକୁରଙ୍କ ଗ୍ରହଣ ନୀତିକାନ୍ତି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥାଏ ବୋଲି ପୂଜାପଣ୍ଡା କହିଛନ୍ତି।
Discover more from Emerging Odisha
Subscribe to get the latest posts sent to your email.