ବଜାରରେ ବୁଲୁଛି ନକଲି ୨୦୦ ଟଙ୍କିଆ ନୋଟ୍‌: ହୋଇଯାନ୍ତୁ ସାବଧାନ

Spread the love

ମହାକାଳପଡ଼ା,୧୩ା୮:କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ କିଛିବର୍ଷ ପୂର୍ବେ ନକଲି ଟଙ୍କା ଛପା ଯାଇଥିବା ନଜରକୁ ଆସିଥିଲା। ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଛପା ଯାଉଥିବା ମେଶିନ ଜବତ କରିବା ସହ ଛପାଉ ଥିବା ପରିବାରକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ସେ ସମୟରେ ଜିଊାରେ ଏହାର ଚର୍ଚ୍ଚା ଜୋର ଧରିଥିଲା। ମଙ୍ଗଳବାର ସାରେ ଜଣେ ଗ୍ରାହକ ରାମନଗର ଦୈନିକ ବଜାରରେ ଥିବା ବ୍ୟବସାୟୀ ଅଶୋକ କୁମାର ଜତିଙ୍କ ଗ୍ରୋସରି ଦୋକାନରୁ ସଉଦା କରିବାକୁ ଆସିଥିଲେ। ପଇସା ଅସୁଲ ପାଇଁ ଗ୍ରାହକ ଏକ ୨ ଶହ ଟଙ୍କା ନୋଟ ବଢ଼ାଇ ଦେଇଥିଲେ। ପରେ ବ୍ୟବସାୟୀ ଜତି ଟଙ୍କାକୁ ପରଖିଲା ପରେ ଏହା ଏକ ନକଲି ଟଙ୍କା କହି ଗ୍ରାହକକୁ ଫେରାଇ ଦେଇଥିଲେ। ଏ ସଂକ୍ରାନ୍ତରେ ଗ୍ରାହକଙ୍କୁ ଏହି ଟଙ୍କା କେଉଁଠୁ ଆଣିଲ ବୋଲି ପଚାରିବାରୁ ସେ କହିଥିଲେ ନିକଟରେ ଥିବା ପ୍ରମୁଖ ଜାତୀୟ କରଣ ବ୍ୟାଙ୍କ ଅଧିକୃତ ଗ୍ରାହକ ସେବାକେନ୍ଦ୍ରରୁ ୩୦ ହଜାର ଟଙ୍କା ଉଠାଇ ଥିଲି। ମଙ୍ଗଳବାର ଦୋକାନରୁ ସଉଦା କିଣିବାରୁ ଏହା ନକଲି ଟଙ୍କା ଜାଣିବାକୁ ପାଇଲେ। ତୁରନ୍ତ ୩୦ ହଜାର ଟଙ୍କାରେ କେତେ ଖଣ୍ଡ ଜାଲ ନୋଟ ରହିଛି ତାହା ଦେଖିବା ପରେ ଜଣାପଡ଼ିବ ବୋଲି ଗ୍ରାହକ କହିଛନ୍ତି।
ଏ ସଂକ୍ରାନ୍ତରେ ରାମନଗର ଅଞ୍ଚଳର ବ୍ୟବସାୟୀ ଜତିଙ୍କୁ ପଚାରିବାରେ ଅନେକ ସମୟରେ ବିଶେଷ କରି ୨ ଶହ ଟଙ୍କିଆ ନକଲି ନୋଟ୍‌ ଆମ ନଜରକୁ ଆସୁଥିବା କହିଛନ୍ତି। ଅବିକଳ ନକଲି ଟଙ୍କା ଯୋଗୁ ଅନେକ ସମୟରେ ବିଭିନ୍ନ ବ୍ୟବସାୟୀ ଓ ସାଧାରଣ ଗ୍ରାହକ ବହୁ ସମସ୍ୟାରେ ସମ୍ମୁଖୀନ ହେବାର ଆଶଙ୍କା ରହିଛି ବୋଲି କହିଛନ୍ତି। ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ ଓ ଲକ୍ଷ୍ମୀଧର ସ୍ବାଇଁ କହିବା କଥା ଏହି ଅଞ୍ଚଳରେ କିଛିବର୍ଷ ପୂର୍ବେ ପିତାପାଟ ଅଞ୍ଚଳରେ ଏକ ପରିବାର ଖଟ ତଳେ ନକଲି ଶହେ ଟଙ୍କିଆ ନୋଟ୍‌ ଛପା ଯାଉଥିଲା। ଖବର ପାଇ ପୋଲିସ ନକଲ ଟଙ୍କା ଓ ଛପା ମେଶିନ୍‌ ଜବତ କରିଥିଲା। ତୁରନ୍ତ ପ୍ରଶାସନ ଏହି ଅଞ୍ଚଳରେ ଜନସଚେତନତା ସୃଷ୍ଟି କରିବା ପାଇଁ ସେମାନେ ଦାବି କରିଛନ୍ତି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading