ପୋଲିସ ଏସ୍‌ଆଇଙ୍କ ନାଁରେ ସାଂଘାତିକ ଅଭିଯୋଗ: ନାବାଳିକା ଝିଅକୁ ବିବାହ କରିବା ପରେ ଦେଉଥିଲେ…

Spread the love

ଜଗତସିଂହପୁର,୮ା୮: ଜଗତସିଂହପୁର ପୋଲିସ ଏସ୍‌ଆଇଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ହୋଇଛି। ଏସ୍‌ଆଇ ଜଣେ ନାବାଳିକା ଝିଅକୁ ବିବାହ କରି ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପରେ ଜଗତସିଂହପୁର ସଦର ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ବିବାହ ପରେ ନିର୍ଯାତନା ଦେବା ସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ନାବାଳିକା ଜଣକ। ଏତଲାର ୪ ମାସ ପରେ ବି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ଆଣିବାରୁ ଅଭିଯୁକ୍ତ ଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଥିବା ଜଗତସିଂହପୁର ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏତଲା ପରେ ଏସ୍‌ଆଇ କେଉଁଆଡ଼େ ଫେରାର ହୋଇଯାଇଛନ୍ତି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading