ପୂର୍ବତନ ମେୟର୍‌ ଶିବ ଶଙ୍କର ଦାସଙ୍କୁ ହତ୍ୟା ଧମକ, ଥାନାରେ ଅଭିଯୋଗ ପରେ ପୁଲିସର ଛାନ୍‌ଭିନ୍‌

Spread the love

ବ୍ରହ୍ମପୁର ୧୨/୦୮: ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସ  (ପିଣ୍ଟୁ)ଙ୍କୁ ହତ୍ୟା ଧମକ । ଜଣେ ପେଶାଦାର ଅପରାଧୀ ତାଙ୍କୁ ହ୍ୱାଟସ୍‌ଆପ୍‌ରେ କଲ୍‌ କରି ଧମକ ଦେଇଥିବା ଗୋସାଇଁନୂଆଗାଁରେ ଏତଲା ଦେଇଛନ୍ତି ପିଣ୍ଟୁ । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । 

ପିଣ୍ଟୁ  ଅଭିଯୋଗ କରିଛନ୍ତି ଯେ, ସେ ଗୋସାଇଁନୂଆଗାଁ ଲିଙ୍ଗରାଜ ନଗର ଘରେ ଥିବା  ସମୟରେ ସନ୍ଧ୍ୟା ୭ଟା ୫୬ରେ ଏକ ହ୍ୱାଟସ୍‌ଆପ୍‌ କଲ୍‌ ଆସିଥିଲା । ସେ ରିସିଭ୍‌ କରିନଥିଲେ । ସନ୍ଧ୍ୟା ୮ଟା ୪୭ରେ ପୁଣି ସେହି ନମ୍ବରରୁ କଲ୍‌ ଆସିବାରୁ ସେ  ରିସିଭ୍‌ କରିଥିଲେ । କେହି ଜଣେ ତାଙ୍କୁ ଗାଳିଗୁଲଜ କରିବା ସହ ଦୁଇ ଥର  ବଞ୍ଚିଗଲୁ, ରିଙ୍କୁକୁ ଯେମିତି ଗୁଳି କଲି ସେମିତି ତତେ ମାରିବି, ଏଥର ଯେଉଁମାନେ  ମର୍ଡର କେସ୍‌ରେ ସାକ୍ଷୀ ଦେବାକୁ କୋର୍ଟକୁ ଯିବେ ସେମାନଙ୍କୁ ମାରିବୁ ବୋଲି  ଧମକ ଦେଇଥିଲା ।

ସୂଚନାଯୋଗ୍ୟ କିଛି ବର୍ଷ ତଳେ ଶାଳିଆବନ୍ଧ ସାହିରେ ସଚିନ୍‌  ଚୌଧୁରୀ ଓରଫ୍‌ ରିଙ୍କୁଙ୍କୁ ଗୁଳି କରିଥିଲେ କିଛି ଦୁର୍ବୃତ୍ତ । ସେହି ମାମଲାରେ ଧମକ  ଦେଇଥିବା ଅପରାଧୀ ଏଥିରେ ସମ୍ପୃକ୍ତ ଥିବା ପିଣ୍ଟୁ ଦାସ ଏତଲାରେ ଦର୍ଶାଇଛନ୍ତି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading