ଭୁଲ୍ ରାସ୍ତା ଦେଖାଇଲା ଗୁଗୁଲ୍ ମ୍ୟାପ୍ । ଫଳରେ ଏକ ଖାଲକୁ ଖସି ପଡ଼ିଲେ ମହିଳାଙ୍କ ସହ ତାଙ୍କ କାର୍ । ନଭି ମୁମ୍ବାଇରେ ଘଟିଛି ଏ ଘଟଣା । ମହିଳା ଜଣଙ୍କ କାର୍ ଡ୍ରାଇଭିଂ କରି ଗୁଗୁଲ୍ ମ୍ୟାପ୍ ମାଧ୍ୟମରେ ବେଲାପୁରରୁ ଉଲୱେ ଯାଉଥିଲେ । ମହିଳାଙ୍କୁ ବେଲାପୁରର ବେ ବ୍ରିଜ୍ ଯିବାର ଥିଲା । କିନ୍ତୁ ଗୁଗୁଲ୍ ମ୍ୟାପ୍ ତାଙ୍କୁ ବ୍ରିଜ୍ ତଳ ଏକ ରାସ୍ତା ଦେଇ ନେଭିଗେଟ୍ କରିଥିଲା । ଯାହା ଧ୍ରୁବତାରା ଜେଟି ଆଡ଼କୁ ତାଙ୍କୁ ନେଇ ଯାଇଥିଲା । ସେ ରାସ୍ତା ଜାଣି ନ ପାରି ଏକ ପାଣି ଭର୍ତ୍ତି ଖାଲ ଭିତରେ ତାଙ୍କ ଗାଡ଼ି ଭର୍ତ୍ତି କରିଦେଇ ଦେଇଥିଲେ । ନିକଟରେ ଥିବା ସାମୁଦ୍ରିକ ସୁରକ୍ଷା ବାହିନୀର ଅଧିକାରୀମାନେ ମହିଳାଙ୍କୁ ଉଦ୍ଧାର କରିବା ସହ ତାଙ୍କ କାର୍ଟିକୁ ମଧ୍ୟ ଉଦ୍ଧାର କରିଥିଲେ ।
Discover more from Emerging Odisha
Subscribe to get the latest posts sent to your email.