ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ : ୫ ମୃତ, ୧୨ ଆହତ

Spread the love

ପେଶାୱାର : ପାକିସ୍ତାନ ଅଶାନ୍ତ ଖାଇବର ପଖ୍ତୁନଖ୍ବା ପ୍ରଦେଶର ଲକ୍କି ମରୱତ ଜିଲ୍ଲାରେ ଗତକାଲି ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୫ଜଣ ଶିଶୁଙ୍କ ସମେତ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି । ଯାହା ଦ୍ବାରା ଦୁର୍ଘଟଣା ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି । ଯାହାର ସୂଚନା ପାକିସ୍ତାନ ପୋଲିସ ଦେଇଛି ।

ସୂଚନାନୁଯାୟୀ, କିଛି ପିଲାମାନେ ମିଶି ପାହାଡ଼ ନିକଟରୁ ବିସ୍ଫୋରଣ ହୋଇ ନଥିବା ଗୋଟିଏ ମୋର୍ଟାର ସେଲ୍ ଗାଁକୁ ନେଇ ଆସିଥିଲେ । ସେଇଟା ଗୋଟିଏ ବୋମା ବୋଲି ସେମାନେ ଜାଣି ନଥିଲେ । ଖେଳୁଥିବା ସମୟରେ ବିସ୍ଫୋରଣ ଘଟିଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୨ ଜଣ ଆହତ ହୋଇଥିଲେ ।

ଅନ୍ୟପଟେ ସୂଚନା ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଚିକିତ୍ସା ପାଇଁ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆହତ ପିଲାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading