ପରଲୋକରେ କିମ୍ବଦନ୍ତୀ ଗାୟକ ଓଜି ଅସବୋର୍ନ, ୭୬ ବର୍ଷ ବୟସରେ ଦୁନିଆରୁ ନେଲେ ବିଦାୟ

Spread the love

ନୂଆଦିଲ୍ଲୀ,୨୩।୭: କିମ୍ବଦନ୍ତୀ ଗାୟକ ଓଜି ଅସବୋର୍ନ ଆଉ ନାହାନ୍ତି। ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ‘ପ୍ରିନ୍ସ ଅଫ ଡାର୍କନେସ’ ଓଜି ୨୦୧୯ରେ ପାର୍କିନ୍ସନ୍ସ ରୋଗରେ ପୀଡିତ ଥିଲେ। ତଥାପି, ଗାୟକଙ୍କ ପରିବାର ତାଙ୍କ ମୃତ୍ୟୁର କାରଣ ପ୍ରକାଶ କରିନାହାଁନ୍ତି।

ବ୍ରିଟିଶ ହେଭି ମେଟାଲ ବ୍ୟାଣ୍ଡ ବ୍ଲାକ ସବାଥର ମୁଖ୍ୟ ଗାୟକ ଜନ ମାଇକେଲ ‘ଓଜି ଅସବୋର୍ନ’ ଜଣେ ଲୋକପ୍ରିୟ ଗାୟକ ଏବଂ ଗୀତିକାର ଥିଲେ। ତାଙ୍କର ଜନ୍ମ ୩ ଡିସେମ୍ବର ୧୯୪୮ରେ ୟୁନାଇଟେଡ କିଙ୍ଗଡମର ମାର୍ଷ୍ଟନ ଗ୍ରୀନ୍‌ରେ ହୋଇଥିଲା। ସେ ୧୯୭୦ ଦଶକରେ ହେଭି ମେଟାଲ ବ୍ୟାଣ୍ଡ ବ୍ଲାକ ସବାଥର ମୁଖ୍ୟ ଗାୟକ ଭାବରେ ଲୋକପ୍ରିୟତା ହାସଲ କରିଥିଲେ ଏବଂ ଏହି ସମୟରେ ତାଙ୍କୁ ‘ପ୍ରିନ୍ସ ଅଫ ଡାର୍କନେସ’ ନାମ ମିଳିଥିଲା।

ବର୍ଷ ବର୍ଷ ଧରି ପାର୍କିନ୍ସନ୍ସ ରୋଗ ସହିତ ଲଢ଼ିବା ପରେ, ଜୁଲାଇ ୨୨ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଗାୟକ। ଓଜିଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ପକ୍ଷରୁ ଏକ ବିବୃତ୍ତି ମାଧ୍ୟମରେ ନିଶ୍ଚିତ କରାଯାଇଛି।

‘ବ୍ଲାକ ସବାଥ’ ବ୍ୟାଣ୍ଡ ସହିତ ନିଜ କ୍ୟାରିଅର୍‌ ଆରମ୍ଭ କରିଥିବା ଓଜି ଅସବୋର୍ନ ପରେ ତାଙ୍କ ଏକକ କ୍ୟାରିଅରରେ ମଧ୍ୟ ବହୁତ ସଫଳତା ହାସଲ କରିଥିଲେ। ମଞ୍ଚରେ ତାଙ୍କର ଶକ୍ତିଶାଳୀ କଣ୍ଠସ୍ବର ଏବଂ ଜ୍ୱଳନ୍ତ ପ୍ରଦର୍ଶନ ତାଙ୍କୁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପ୍ରିୟ କରିଦେଇଥିଲା।

କେବଳ ଅନ୍ତର୍ଜାତୀୟ କଳାକାର ନୁହେଁ, ବରଂ ଭାରତୀୟ ସିନେମା ସେଲିବ୍ରିଟିମାନେ ମଧ୍ୟ ଏହି ଖବରରେ ଦୁଃଖିତ। ଅଭିନେତା ରଣବୀର ସିଂ ସୋସିଆଲ ମିଡିଆରେ ଓଜିଙ୍କ ଏକ ଫଟୋ ଶେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରଣବୀରଙ୍କ ବ୍ୟତୀତ, ହାସ୍ୟାଭିନେତା ଏବଂ ଅଭିନେତା ବୀର ଦାସ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଅତ୍ୟନ୍ତ ଦୁଃଖଦ। ଜଣେ ମହାନ ବ୍ୟକ୍ତିତ୍ୱ, ଯାହାଙ୍କ କ୍ଷତି କେବେ ପୂରଣ ହେବ ନାହିଁ।’


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading