ପନ୍ତଙ୍କ ବଦଳରେ ସ୍ଥାନ ପାଇଲେ ଏହି ଖେଳାଳି

Spread the love

ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ପାଇଁ ଭାରତୀୟ ସ୍କ୍ୱାଡରେ ସାମିଲ ହୋଇଛନ୍ତି ୱିକେଟ କିପର ବ୍ୟାଟର ଏନ ଜଗଦୀଶନ। ୪ର୍ଥ ଟେଷ୍ଟରେ ଆହତ ହୋଇଥିବା ଋଷଭ ପନ୍ତ ୫ମ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଧ୍ରୁବ ଜୁରେଲ ୫ମ ଟେଷ୍ଟ ଖେଳିବା ଏକପ୍ରକାରର ନିଶ୍ଚିତ। କିନ୍ତୁ ଜୁରେଲଙ୍କ ବ୍ୟାକଅପ ପାଇଁ ଭାରତୀୟ ଟେଷ୍ଟ ଟିମରେ ପ୍ରଥମଥର ପାଇଁ ଏନ ଜଗଦୀଶନଙ୍କୁ ସାମିଲ କରାଯାଇଛି। ତାମିଲାନାଡୁ ପାଇଁ ଖେଳୁଥିବା ଜଗଦୀଶନ ନିୟମିତ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ପନ୍ତଙ୍କ ବଦଳ ଖେଳାଳି ଭାବେ ସ୍କ୍ୱାଡରେ ସୁଯୋଗ ମିଳିଛି।

ଘରୋଇ କ୍ରିକେଟର ଚର୍ଚ୍ଚିତ ଚେହେରା ହେଉଛନ୍ତି ଜଗଦୀଶନ। ସେ ତାମିଲନାଡୁ ପାଇଁ ନିୟମିତ କିଛି ବର୍ଷ ହେଲା ଘରୋଇ କ୍ରିକେଟ ଖେଳି ଆସୁଛନ୍ତି। ୧୯୯୫ ମସିହା ଡିସେମ୍ବର ୨୪ରେ କୋଏମ୍ବାଟୁରରେ ଜନ୍ମ ହୋଇଥିବା ଜଗଦୀଶନ ତାମିଲନାଡୁ ପାଇଁ ଡେବ୍ୟୁ କରିବା ଦିନ ଠାରୁ ୱିକେଟ କିପିଂ କରୁଛନ୍ତି। ତାମିଲନାଡୁ ପାଇଁ ସେ ଜୁନିୟର ଡିଭିଜନରୁ ଖେଳି ଚାଲିଛନ୍ତି।

୨୦୧୬ ଅକ୍ଟୋବର ମାସରେ ଜଗଦୀଶନ ତାମିଲନାଡୁ ପାଇଁ ସିନିୟର ଲେଭଲରେ ଡେବ୍ୟୁ କରିଥିଲେ। ସେହି ସମୟରେ ତାଙ୍କୁ ୨୦ ବର୍ଷ ବୟସ ହୋଇଥିଲା। ଡେବ୍ୟୁ ଇନିଂସରେ ସେ ମଧ୍ୟପ୍ରଦେଶ ବିପକ୍ଷରେ ଅପରାଜିତ ୧୨୩ ରନର ଇନିଂସ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଥିଲେ।

ବର୍ଷକ ପରେ ସେ ଲିଷ୍ଟ ଏ ଫର୍ମାଟ(୫୦ ଓଭର)ରେ ଡେବ୍ୟୁ କରି ତାମିଲନାଡୁ ପାଇଁ ବିଜୟ ହଜାରେ ଟ୍ରଫି ଖେଳିଥିଲେ। ୨୦୧୭ରେ ସେ ନିଜ ରାଜ୍ୟ ପାଇଁ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ନଜର ଆସିଥିଲେ। ୨୦୨୧ରେ ଆଇପିଏଲ ପ୍ରାଞ୍ଚାଇଜ ଜଗଦୀଶନଙ୍କୁ ନେବା ପୂର୍ବରୁ ସେ ଏକାଧିକ ଟିମ ସହ ସାମିଲ ହୋଇଥିଲେ। କିନ୍ତୁ ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନଥିଲେ। ସେହିପରି ଚେନ୍ନାଇ ପାଇଁ ସେ ୨ଟି ସିଜିନରେ ମାତ୍ର ୭ଟି ମ୍ୟାଚ୍‌ ଖେଳିବାକୁ ସକ୍ଷମ ହୋଇଥିଲେ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading