ନୋରାଙ୍କ ଭଳି ଶାରୀରିକ ଗଠନ ପାଇଁ ଖାଇବା ବନ୍ଦ କରିଦେଲା ସ୍ବାମୀ, ପୁଲିସ ଷ୍ଟେସନରେ ପହଞ୍ଚିଲା ସ୍ତ୍ରୀ

Spread the love

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ନୋରା ଫତେହୀ ନିଜ ଶାରୀରିକ ଗଠନ ଓ ନୃତ୍ୟ ପାଇଁ ଖୁବ ଲୋକପ୍ରିୟ। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ରହିଛି। ଯୁବକମାନେ ତାଙ୍କ ଭଳି ଶରୀରିକ ଗଠନ ଥିବା ପ୍ରେମିକା ଖୋଜୁଥିବା ବେଳେ ଯୁବତୀମାନେ ତାଙ୍କ ପରି ଶାରୀରିକ ଗଠନ ପାଇବାକୁ ଜିମ୍‌ରେ ଝାଳ ବୁହାଉଥିବା ଦେଖାଯାଏ। ଏବେ ନୋରାଙ୍କ ଏହି ଶାରୀରିକ ଗଠନ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର କାରଣ ପାଲଟିଛି। ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି ଯେ, ବଲିଉଡ୍ ଅଭିନେତ୍ରୀ ନୋରା ଫତେହୀଙ୍କ ପରି ଶାରୀରିକ ଗଠନ ପାଇବା ପାଇଁ ତାଙ୍କ ସ୍ବାମୀ ତାଙ୍କର ଖାଇବା ବନ୍ଦ କରିଦେଇଛନ୍ତି।

ମୁରାଦନଗର ପୁଲିସ ଷ୍ଟେସନରେ ଦାଖଲ କରିଥିବା ତାଙ୍କ ଅଭିଯୋଗରେ ମହିଳାଜଣକ ଦାବି କରିଛନ୍ତି ଯେ, “ମୋ ସ୍ୱାମୀ ଶିବମ୍ ଉଜ୍ଜ୍ୱଳ ପେସାରେ ଜଣେ ସରକାରୀ ଶାରୀରିକ ଶିକ୍ଷା ଶିକ୍ଷକ। ଶିବମଙ୍କୁ ନୋରା ଫତେହୀ ବହୁତ ପସନ୍ଦ। ମୋର ଶାରୀରିକ ଗଠନ ଭଲ ନଥିବାରୁ ସେ ଖୁସି ନଥିଲେ। ନୋରାଙ୍କ ପରି ଶାରୀରିକ ଗଠନ କରିବାକୁ ସେ ମୋତେ ବାଧ୍ୟ କରୁଥିଲେ। ଏଥିପାଇଁ ସେ ମୋତେ ପ୍ରତିଦିନ ତିନି ଘଣ୍ଟା ବ୍ୟାୟାମ କରିବାକୁ ଚାପ ପକାଇବା ଆରମ୍ଭ କରିଥିଲେ। ଯଦି କୌଣସି ଦିନ ୩ଘଣ୍ଟା ବ୍ୟାୟାମ କରିପାରୁନଥିଲି ତେବେ ମୋତେ ଖାଇବାକୁ ଦେଉନଥିଲେ।”

ମହିଳାଙ୍କ ଦ୍ୱାରା ପଞ୍ଜୀକୃତ ଏତଲା ଅନୁଯାୟୀ, ସେ ୬ ମାର୍ଚ୍ଚ, ୨୦୨୫ରେ ମିରଟର ଶିବମଙ୍କୁ ବିବାହ କରିଥିଲେ। ତାଙ୍କର ଉଚ୍ଚତା ସାଧାରଣ ଏବଂ ଗୋରା ରଙ୍ଗ। ତଥାପି ତାଙ୍କ ସ୍ୱାମୀ ଏବଂ ଶଶୁର ଘର ଲୋକେ ତାଙ୍କୁ ସବୁଦିନ ତାଙ୍କ ଶାରୀରିକ ଗଠନ ପାଇଁ ଗାଳି ଦେଉଥିଲେ। “ତୁମକୁ ବିବାହ କରି ମୋ ଜୀବନ ବର୍ବାଦ ହୋଇଗଲା। ମୋତେ ନୋରାଙ୍କ ଭଳି ଝିଅ ମିଳିଥାନ୍ତେ” ବୋଲି ସ୍ବାମୀ କହୁଥିବା ଅଭିଯୋଗ କରିଛନ୍ତି ମହିଳା।

ମହିଳା ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ଅନ୍ୟ ଝିଅମାନଙ୍କ ପ୍ରତି ବହୁତ ଆଗ୍ରହୀ ଏବଂ ସେ ସୋସିଆଲ ମିଡିଆରେ ଅନ୍ୟ ଝିଅମାନଙ୍କର ଆପତ୍ତିଜନକ ଫଟୋ ଏବଂ ଭିଡିଓ ଦେଖନ୍ତି। ପୀଡିତା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ସେ ଗର୍ଭବତୀ ହୋଇଥିଲେ, ତାଙ୍କୁ ନଜଣାଇ ଗର୍ଭପାତ ବଟିକା ଦିଆଯାଇଥିଲା। ମହିଳାଙ୍କ ଅଭିଯୋଗ ପରେ ‌ଏବେ ପୁଲିସ ତଦନ୍ତ କରିବା ଆରମ୍ଭ କରିଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading