ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଲେ ନୂଆ ବିଏମ୍ସି କମିଶନର ଚଞ୍ଚଳ ରାଣା
ସପ୍ତଦଶ ବିଏମ୍ସି କମିଶନର ଭାବେ ନେଲେ ଦାୟିତ୍ବ
ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ କଥା ହେଲେ
ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଲେ ନୂଆ ବିଏମ୍ସି କମିଶନର ଚଞ୍ଚଳ ରାଣା । ସପ୍ତଦଶ ବିଏମ୍ସି କମିଶନର ଭାବେ ଦାୟିତ୍ବ ନେଇଛନ୍ତି ଚଞ୍ଚଳ ରାଣା । ବିଏମସିର ଭାରପ୍ରାପ୍ତ କମିଶନର ରତ୍ନାକର ସାହୁ ତାଙ୍କୁ ଦାୟିତ୍ବତ୍ୱ ହସ୍ତାନ୍ତର କରିବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ନୂଆ କମିଶନର ।
କାର୍ଯ୍ୟରେ ଯୋଗ ଦେବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଭିଡିଓ କନଫରେନସିଂରେ କଥା ହେବା ସହ ବିଏମସିର ସମସ୍ତ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ପୂର୍ବରୁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଦାୟିତ୍ବରେ ଥିଲେ ଚଞ୍ଚଳ ରାଣା ।
Discover more from Emerging Odisha
Subscribe to get the latest posts sent to your email.