ନକଲି ଜବକାର୍ଡଧାରୀଙ୍କୁ ଧରିବ ଇ-କେୱାଇସି । ଯେଉଁମାନଙ୍କ ପାଖରେ ଜବ୍ କାର୍ଡ ଥିବ, ସେମାନେ ଇ-କେୱାଇସି କରିବେ । ତିନିମାସ ଭିତରେ ଫେକ ଜବ କାର୍ଡ ଧରିବାକୁ ଆରମ୍ଭ ହେବ eKYC । ଜବ କାର୍ଡ ଧାରି କରିବେ eKYC । ୩ ମାସ ଭିତରେ ଜବ କାର୍ଡ eKYC । ନ କଲେ କଟିବ ଜବ କାର୍ଡ ।
ସରକାର ବାହାର କରିଛନ୍ତି ଫେକ୍ ଜବ କାର୍ଡ । ଏହାର ଅଧିକାରୀ କିଏ ଥିଲେ, ବିଗତ ଦିନରେ ଯିଏ ଶାସନ କରୁଥିଲେ ଉତ୍ତର ଦେବେ । ଅର୍ଥ କିଏ ଆତ୍ମସାତ କରୁଥିଲା । ସରକାର ବର୍ଷେ ଭିତରେ ୨ ଲକ୍ଷ ନୂଆ ଜବ କାର୍ଡ ଦେଇଛନ୍ତି ।
ସେପଟେ ଫେକ୍ ଜବ କାର୍ଡ ହାତେଇବାରେ ଓଡିଶା ଦ୍ଵିତୀୟ । ଲୋକସଭାରେ ଆସିଲା ଚଞ୍ଚଲ୍ୟକର ତଥ୍ୟ । ମନରେଗା ଯୋଜନାରେ ଖୋଳତାଡ଼ରୁ ଜଣାପଡିଛି ନକଲି ଜବ କାର୍ଡରେ ଓଡିଶା ଦ୍ଵିତୀୟ । ଏକ ନମ୍ବରରେ ରହିଛି ବିହାର । ତିନି ନମ୍ବରରେ ଆସାମ, ଚାରି ନମ୍ବରରେ ଛତିଶଗଡ଼ ଥିବା ବେଳେ ପାଞ୍ଚ ନମ୍ବରରେ ରହିଛି ତାମିଲନାଡୁ । ୨୦୨୪-୨୫ ବର୍ଷରେ ଓଡିଶାରୁ ୭ ହଜାର ୫୬୬ ନକଲି ଜବ କାର୍ଡ ଧରାପଡ଼ିଛି । ଏକ ନମ୍ବରରେ ଥିବା ବିହାରରୁ ଧରା ପଡ଼ିଛି ୮ ହଜାର ୧୧୧ । ଟିଏମସି ସାଂସଦ ମାଲା ରାୟଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କମଲେଶ ପାଶୱାନ୍ ।
Discover more from Emerging Odisha
Subscribe to get the latest posts sent to your email.