ଧରାପଡିଲା ଥର୍ , ମାଲିକ ଫେରାର…ଟାୟାର ଜାଳି ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

Spread the love

ଥର୍-ସ୍କର୍ପିଓ ରେସରେ କୁନି ଝିଅର ମୃତ୍ୟୁ ଘଟଣା

ଟାୟାର ଜାଳି ରାସ୍ତାରୋକ କଲେ ମୃତକଙ୍କ ପରିବାର ଲୋକେ

ମଣିଷ ମରା ଥର୍ ଗାଡିକୁ ଜବତ କଲା ଖଣ୍ଡଗିରି ପୋଲିସ

ଥର୍-ସ୍କର୍ପିଓ ରେସରେ କୁନି ଝିଅର ମୃତ୍ୟୁ ଘଟଣା । ଟାୟାର ଜାଳି ରାସ୍ତାରୋକ କଲେ ମୃତକଙ୍କ ପରିବାର ଲୋକେ ଓ ପାତ୍ରପଡ଼ାବାସୀ । ପାତ୍ରପଡ଼ାରେ ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ । ସେପଟେ ମଣିଷ ମରା ଥର୍ ଗାଡିକୁ ଜବତ କଲା ଖଣ୍ଡଗିରି ଥାନା ପୋଲିସ । ଜଟଣୀ ଅଞ୍ଚଳରୁ ଜବତ କଲା ପୋଲିସ, ଗାଡି ମାଲିକ ଫେରାର ଥିବା ଜଣାପଡିଛି । ଗାଡିକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିଲା ।

ତେବେ ଗତକାଲି ରାସ୍ତା ପାର୍‌ ହେବା ଦୁର୍ଘଟଣାରେ ଚାଲି ଯାଇଥିଲା କୁନି ଝିଅର ଜୀବନ । ମାଆ ଓ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ରାକ୍ଷୀ ବାନ୍ଧି ଫେରୁଥିବା ବେଳେ ଭୁବନେଶ୍ବର ପାତ୍ରପଡ଼ାରେ ଘଟିଥିଲା ଦୁର୍ଘଟଣା । ଥର୍ ଏବଂ ସ୍କର୍ପିଓ ଗାଡି ରେସିଂ ବେଳେ ହୋଇଥିଲା ଏହି ଭୟଙ୍କର ଦୁର୍ଘଟଣା ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading