ଦିଲ୍ଲୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

Spread the love

ନୂଆଦିଲ୍ଲୀ: ଦିଲ୍ଲୀର ଶାହଦରା ଜିଲ୍ଲାର ଆନନ୍ଦ ବିହାର ଅଞ୍ଚଳରେ ଅବସ୍ଥିତ କସମସ୍ ସ୍ପେଶାଲିଷ୍ଟ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଘଟଣାର ଖବର ପାଇବା ପରେ ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବା ପରେ କର୍ମଚାରୀମାନେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ୨ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରି ପାରିଛନ୍ତି।

ହସ୍ପିଟାଲରୁ ୧୧ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିକଟସ୍ଥ ଘରୋଇ ପୁଷ୍ପାଞ୍ଜଳି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଅମିତ ବୋଲି ଚିହ୍ନଟ କରାଯାଇଛି। ମୃତକ ଜଣକ ହସ୍ପିଟାଲର କର୍ମଚାରୀ ଥିବା କୁହାଯାଉଛି।

ନିଆଁ ଲାଗିବା ପରେ ହସ୍ପିଟାଲରେ ଧୂଆଁ ଭରି ଯିବାରୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀଙ୍କ ଅବସ୍ଥା ଗୂରୁତର ହୋଇପଡ଼ିଛି। ସମସ୍ତ ରୋଗୀଙ୍କୁ ଝରକାପାର୍ଶ୍ବ ଦେଇ ଜଣକ ପରେ ଜଣଙ୍କୁ କ୍ରେନ ସାହାଯ୍ୟରେ ଉଦ୍ଧାର କରାଯାଇଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading