ଦିବ୍ୟାଙ୍ଗ ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ବଳାତ୍କାର: CCTVରେ କଏଦ ହେଲା ସମଗ୍ର ଘଟଣା

Spread the love

ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର ବଳରାମପୁରରେ ଜଣେ ୨୧ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କ ସହ ଗଣବଳାତ୍କାର ଘଟଣା ଅଞ୍ଚଳକୁ ଥରାଇ ଦେଇଛି। ଅଭିଯୁକ୍ତଙ୍କ ଦ୍ୱାରା ବଳାତ୍କାର ପୂର୍ବ ପରିସ୍ଥିତିର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଝିଅଟି ରାସ୍ତାରେ ଦୌଡ଼ୁଥିବାର ଦେଖାଯାଉଛି ଏବଂ ପଛରେ ୫-୬ଟି ବାଇକ ଆସୁଥିବାର ଦେଖାଯାଉଛି। ଏହି ଭିଡିଓଟି ଘଟଣାସ୍ଥଳ ନିକଟରେ ଥିବା ଏସପି ବାସଭବନରେ ଲାଗିଥିବା ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଛି।

ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି, ଯୁବତୀ ଜଣକ ଅଭିଯୁକ୍ତଙ୍କଠାରୁ ଖସି ଯିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ବିଫଳ ହୁଅନ୍ତି ଏବଂ ତା’ପରେ ତାଙ୍କୁ ବଳାତ୍କାର କରାଯାଏ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଅନେକ ସୁରାକ ଖୋଜାଯାଉଛି।

ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଘଟଣାଟି ବଳରାମପୁରର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଘଟିଥିଲା ଏବଂ ଅଭିଯୁକ୍ତମାନେ ସମ୍ପୂର୍ଣ୍ଣ ଘଟଣାଟିକୁ ଅତ୍ୟନ୍ତ ର୍ନିଭୀକ ଭାବରେ ଘଟାଇଛନ୍ତି। ପୋଲିସ ଏବେ ଏହି ଭିଡିଓ ଆଧାରରେ ଅଭିଯୁକ୍ତଙ୍କୁ ଖୋଜୁଛି ଏବଂ ଶୀଘ୍ର ସେମାନଙ୍କୁ ଗିରଫ କରିବାକୁ ଚେଷ୍ଟା କରିବ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading