ଦାଣ୍ଡରେ ପଡ଼ିଲା ଘର କଳି; ବଡ଼ବାପାକୁ ଘୋଷାଡ଼ି ନିସ୍ତୁକ ପିଟିଲା ପୁତୁରା

Spread the love

 ଗାଁ ଦାଣ୍ଡରେ ବଡ଼ବାପାଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ । ଏଭଳି ଅମାନବୀୟ, ଅମାନୁଷିକ ଓ ବର୍ବରତା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ । ରାସୋଳ ଶବର ସାହିର ଗାଁ ଦାଣ୍ଡରେ ସମ୍ପର୍କୀୟ ପୁତୁରା ବଡ଼ବାପାଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି, ଯାହା ସମସ୍ତଙ୍କୁ ଚକିତ କରିଛି । ଜଣେ ବୃଦ୍ଧ ଲୋକଙ୍କ ଉପରେ ତାଙ୍କ ପୁତୁରା କେମିତି ଏଭଳି ବର୍ବରତା ଦେଖାଇପାରେ, ତାହା ଚକିତ କରୁଛି ।

ପ୍ରଥମେ ହାତରେ ଏବଂ ପରେ ବାଡ଼ିରେ ମାଡ଼ ମାରି ଲହୁଲୁହାଣ କରିଦେଇଛି । ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଅଭିଯୁକ୍ତ ପୁତୁରାକୁ କାବୁ କରିବାକୁ ପୋଲିସ ଉଦ୍ୟମ ଚଳାଇଛି । ପାରିବାରିକ କଳହକୁ ନେଇ ବଡ଼ବାପାଙ୍କୁ ଏଭଳି ଅମାନୁଷିକ ଭାବେ ମାଡ଼ ମାରିଛି ପୁତୁରା 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading