ଦଳିଦେଲା କଣ୍ଟେନର: ଘଟଣାସ୍ଥଳରେ ବାପା, ମାଆ ଓ ଝିଅଙ୍କ ମୃତ୍ୟୁ

Spread the love

ତେଲକୋଇ: କେନ୍ଦୁଝରଜିଲ୍ଲା ତେଲକୋଇର ଜଗମୋହନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀ, ସ୍ତ୍ରୀ ଓ ଝିଅ ଉପରେ ଚଢ଼ିଗଲା କଣ୍ଟେନର। ଆଜି ସକାଳ ସାଢେ ୬ଟା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନଂ ଜାତୀୟ ରାଜପଥରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି। ଏକ କଣ୍ଟେନର ମାଡି ଯିବାରୁ ଘଟଣା ସ୍ଥଳରେ ଗୋଟିଏ ପରିବାରର ବାପା ମାଆ ଓ ଝିଅଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବାହାଡାପଶି ଗ୍ରାମର ଟଙ୍କଧର ପାତ୍ର ତାଙ୍କ ସ୍ତ୍ରୀ ଓ ଝିଅକୁ ନେଇ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ପଛପଟୁ ଦ୍ରୁତଗତିରେ ଯାଉଥିବା ଏକ ଗାଡ଼ି ଧକ୍କା ଦେଇଥିଲା। ଫଳରେ ସମସ୍ତ ବାଇକ୍ ଆରୋହୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଏବଂ ତାଙ୍କ ଉପରେ ଗାଡ଼ିଟି ଚଢ଼ିଯାଇ ଦଳି ଦେଇଥିଲା। ଝିଅକୁ ବାଇକ ଯୋଗେ କୌଣସି ଏକ ଶିକ୍ଷା ଅନୁଷ୍ଠାନରେ ଛାଡ଼ିବା ପାଇଁ ଯିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି।

ସ୍ଥାନୀୟ ଲୋକେ ୪୯ ନଂ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଖବର ପାଇ ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଜନସନପୁର ଟୋଲ ଗେଟ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରାଯାଇଥିବା ସୂଚନା ମିଳିଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading