ଦମ୍ପତିଙ୍କ ଡିଭୋର୍ସକୁ ଅଟକାଇ ଦେଲା AI, ଜାଣନ୍ତୁ ପୁରା କାହାଣୀ…

Spread the love

ଡିଜିଟାଲ ଦୁନିଆରେ ନୂଆ କ୍ରାନ୍ତି ଆଣିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏଆଇ ପାଇଁ ଇଣ୍ଟରନେଟ୍ ବ୍ୟବହାର କରିବାର ଶୈଳୀରେ ପରିବର୍ତ୍ତନ ଆସିବା ସହ କଠିନ କାମ ସହଜରେ କରିହେଉଛି । ଏହାର ଲାଭକାରୀ ପାଶ୍ୱର୍କୁ ନେଇ ଅନେକ ଉତ୍ସାହିତ ଥିବା ବେଳେ ଆଉ ଏକ ବର୍ଗ ଏହାର ନକାରାତ୍ମକ ଦିଗକୁ ନେଇ ଚିନ୍ତିତ । ଏହା ଚାକିରି ପାଇଁ ଏକ ବଡ଼ ଆହ୍ବାନ ଭାବରେ ଉଭା ହେବ ଏବଂ ଦକ୍ଷତା ସ୍ତରରେ ଚାକିରି ଅନିଶ୍ଚିତତାକୁ ସାମ୍ନା କରିବାକୁ ପଡିବ ବୋଲି କୁହାଯାଉଛି । ହେଲେ ଏହାରି ଭିତରେ ଏଆଇ ଏପରି କାମ କରିଛି, ଯେଉଁଥିପାଇଁ ଅସଜଡ଼ା ସମ୍ପର୍କ ସଜାଡ଼ି ହୋଇଯାଇଛି । ଛାଡ଼ପତ୍ର ହେବା ଆଗରୁ ଦମ୍ପତିଙ୍କୁ ପୁଣି ଥରେ ଏକାଠି କରିଛି ଏଆଇ ।


ଆମେରିକାରେ ଏପରି ଏକ ଘଟଣା ସାମନାକୁ ଆସିଛି । ଚାଟଜିପିଟିର ବ୍ୟବହାର କରି ଏକ ଦମ୍ପତିଙ୍କ ତିକ୍ତ ସମ୍ପର୍କରେ ପରିବର୍ତ୍ତନ ଆସିଥିବା ସୂଚନା ମିଳିଛି । ଲସ ଏଞ୍ଜଲ୍ସର ୩୬ ବର୍ଷୀୟ ଏବେଲା ବାଲା ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ନିଜ ଅନୁଭୂତି ବଖାଣିଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେଉଥିବା ଯୋଗୁଁ କଥା ଡିଭୋର୍ସ ଯାଏ ପହଞ୍ଚିଥିଲା । ହେଲେ ସେ ଏ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଥିଲେ । ଗତ ୬ ମାସ ଧରି ସମ୍ପର୍କକୁ ବଞ୍ଚାଇବା ପାଇଁ ଏଆଇ ବ୍ୟବହାର କରୁଥିଲେ । ଆଉ ଜଣେ ଉତ୍ତମ ବନ୍ଧୁ ପରି ଉଭୟଙ୍କ ମଧ୍ୟରେ ସମ୍ପର୍କର ନିବିଡତା ବଢାଇବା ପାଇଁ ଉପାୟମାନ ବତାଇଥିଲା ଏଆଇ ।


ହୁଏତ କୌଣସି ଆପଣାର ଲୋକ କିମ୍ବା ସାଙ୍ଗସାଥୀ ଏପରି ଉପଦେଶ ଦେଇପାରି ନଥାନ୍ତେ । କିମ୍ବା ବୁଝାମଣା ପାଇଁ କୌଣସି ମନୋବିଜ୍ଞାନୀଙ୍କ ପାଖକୁ ଯାଇଥିଲେ, ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଆନ୍ତା । ହେଲେ ଚାଟଜିପିଟି ସହ ଏପରି କୌଣସି ସମସ୍ୟା ନଥିଲା । ଖୋଲାଖୋଲି ଭାବରେ ମନ ଭିତରେ ଉଙ୍କି ମାରୁଥିବା ପ୍ରଶ୍ନ କରିବା ସହ ତା’ର ଉତ୍ତର ପାଇପାରିଥିଲେ । ଏଥିପାଇଁ ମାସକୁ ମାତ୍ର ୨୦ ଡଲାର ପ୍ରିମିୟମ ପ୍ୟାକେଜରେ ଚାଟଜିପିଟି ଆଣିଥିଲେ ଦମ୍ପତି ।


ସମସ୍ୟା ଜାଣିବା ପରେ ଉଭୟଙ୍କୁ ଟିପ୍ସ ଦେଉଥିଲା AI, ଯଦ୍ୱାରା ଉଭୟଙ୍କ ମଧ୍ୟରେ ଥିବା ମତାନ୍ତର, ମନାନ୍ତର ଦୂର ହୋଇଥିଲା । ଏଥିସହିତ ଉଭୟ ଉଭୟଙ୍କୁ ଗଭୀର ଭାବେ ବୁଝିବାକୁ ଚେଷ୍ଟା କରିଥିଲେ । ଫଳରେ ଭାଙ୍ଗି ଯାଉଥିବା ସମ୍ପର୍କ ପୁଣି ଥରେ ଯୋଡ଼ି ହୋଇଯାଇଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading