ପୁରୀ,୨୯।୭: ପୁରୀ ଜିଲା ଗୋପ ଥାନା ହାଜତରୁ ମଙ୍ଗଳବାର ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ପାଇଖାନା ସ୍କାଏ ଲାଇଟ୍ ଭାଙ୍ଗି ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ସୂଚନା ମିଳିଛି। ଚୋରି ମାମଲାରେ ବାଇକ୍ ସହ ୨ ଅଭିଯୁକ୍ତ ଗିରଫ ହେଇଥିଲେ।
ଅନ୍ୟପକ୍ଷେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି। ହେଲେ ପୋଲିସ ଅଭିଯୁକ୍ତଙ୍କୁ ଧରିପାରି ନାହିଁ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
Discover more from Emerging Odisha
Subscribe to get the latest posts sent to your email.