ଝୁଲିପଡ଼ିଲେ ସ୍ୱାମୀ-ସ୍ତ୍ରୀ

Spread the love

ଉମରକୋଟ ୦୫।୦୮ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଧୋଡ୍ରା ସ୍ଥିତ ସାନ ଭିମାଗୁଡ଼ା ଗାଁରେ ଅଘଟଣ । ବେକରେ ରଶି ଲଗାଇ ଝୁଲିପଡିଲେ ସ୍ୱାମୀ-ସ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ଉମରକୋଟ ଥାନା ସାନ ଭିମାଗୁଡ଼ା ଗାଁରେ ଘଟିଛି ଅଘଟଣ । ସ୍ୱାମୀ ସୁତମ ଭତ୍ରା ଘର ନିକଟରେ ଥିବା ଏକ ତେନ୍ତୁଳି ଗଛରେ ରଶି ଲଗାଇ ଝୁଲିପଡିଥିବା ବେଳେ ସ୍ତ୍ରୀ ଫୁଲମଣି ଭତ୍ରା ଘରେ ଓଢଣୀ ସାହାଯ୍ୟରେ ଝୁଲିପଡିଛନ୍ତି । ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ଉମରକୋଟ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading