ଜାତୀୟ ପତାକା ଉଡାଇବାକୁ ଯୁବକଙ୍କୁ ହତ୍ୟାକଲେ ମାଓବାଦୀ

Spread the love

ଜାତୀୟ ପତାକା ଉଡାଇଲେ ବୋଲି ପ୍ରଜାକୋର୍ଟରେ ଯୁବକଙ୍କୁ ମୃତ୍ୟୁ ଦଣ୍ଡଦେଲେ ଲାଲ ବାହିନୀ । ଏପରି ଖବର ଆସିଛି ଛତିଶଗଡ ଅବୁଝମାଡ ଅଂଚଳରୁ। ମାଓବାଦୀଙ୍କ ରାଜଧାନୀ ବୋଲାଉ ଥିବା ଛତିଶଗଡ ନାରାୟଣପୁର ଜିଲ୍ଲା ଅବୁଝମାଡ ଜଂଗଲରେ ଥିବା ବିନାଗୋଣ୍ଡା ଗ୍ରାମରୁ ଆସିଛି ଏହି ହୃଦୟସ୍ପର୍ଶୀ ଚିତ୍ର । ଗାଁର ଜଣେ ଶିକ୍ଷିତ ଯୁବକ ମନୀଷ ନରେଟ୍ଟି ଗତ ସ୍ବାଧିନତା ଦିବସରେ ମାଓବାଦୀଙ୍କ ଦ୍ବାରା ନିର୍ମିତ ଏକ ସ୍ମାରକ ଉପରେ ଜାତୀୟ ପତାକା ଉଡାଇ ଥିଲେ। ଗ୍ରାମବାସୀ ଓ ପିଲାଙ୍କୁ ଏକାଠି କରି ଜାତୀୟ ସଂଗୀତ ଗାନ କରି ଥିଲେ ।

ଏହି ଚିତ୍ର ଚାରି ଆଡେ ଭାଇରାଲ ହବା ସହ ଯୁବକଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା କରାଯାଇଥିଲା । ତେବେ ୧୫ ଅଗଷ୍ଟର ଦିନ କେଇଟା ପରେ ବିନାଗୋଣ୍ଡା ଜଂଗଲରେ ଏକ ପ୍ରଜାକୋର୍ଟର ଆୟୋଜନ କରାଯାଇ ସମ୍ପୃକ୍ତ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।  ପୁଲିସ ଇନଫର୍ମର ସହ ପୁଲିସର ଗୋପନୀୟ ସୈନିକର ଆକ୍ଷା ଦେଇ ତାଙ୍କୁ ପ୍ରଜାକୋର୍ଟ ରେ ଦଣ୍ଡ ଦିଆ ଯାଇଥିବା ନେଇ ବ୍ୟାନର ପୋଷ୍ଟର ମଧ୍ୟ ଛାଡିଛନ୍ତି ମାଓବାଦୀ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading