ଜମ୍ମୁ-କଶ୍ମୀର କୁଲଗାମରେ ଅପରେସନ ଅଖଲ, ଏନକାଉଣ୍ଟରରେ ୩ ଆତଙ୍କୀ ନିହତ

Spread the love

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀର କୁଲଗାମରେ ଅପରେସନ ଅଖଲ ଜାରି । ଲଗାତାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ତୃତୀୟ ଦିନର ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୩ ଆତଙ୍କୀ ନିହତ ହୋଇଛନ୍ତି ।  ବର୍ତ୍ତମାନ ସୁଦ୍ଧା ଜାରି ରହିଛି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ।  ଆଉ କିଛି ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛି ଭାରତୀୟ ସେନା ।

ସୂଚନାନୁଯାୟୀ, ପୂର୍ବରୁ ଅପରେସନ୍  ସିନ୍ଦୂର ପରେ ଅପରେସନ୍ ମହାଦେବ ଆରମ୍ଭ କରିଥିଲେ ସୁରକ୍ଷା ବାହିନୀ । ଗତ ଶୁକ୍ରବାରଦିନ ଜଙ୍ଗଲରେ ଆତଙ୍କବାଦୀ ଥିବା ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଅଖାଲ ଅଞ୍ଚଳରେ ଅପରେସନ ଆରମ୍ଭ କରିଥିଲେ । କୁଲଗାମରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।  ଗତ ୩ ଦିନରେ ସଫା ହେଲେଣି ୬ ଆତଙ୍କବାଦୀ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading