ଜମ୍ମୁ-କଶ୍ମୀରରେ ଦୁର୍ଘଟଣା ନେଲା କ୍ରିକେଟରଙ୍କ ଜୀବନ

Spread the love

ପୁଞ୍ଚ: ଦୁର୍ଘଟଣା ନେଲା କ୍ରିକେଟରଙ୍କ ଜୀବନ। ଅବହେଳା ନେଲା ଜୀବନ। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଘଟିଛି ଏହି ଘଟଣା। ସଡ଼କ ଦୁର୍ଘଟଣାର ଶିକାର ହେବା ପରେ କ୍ରିକେଟରଙ୍କ ଜୀବନ ଯାଇଥିବା ଜଣାଯାଇଛି। ମୃତ କ୍ରିକେଟରଜଣକ ହେଲେ ଫରିଦ ହୁସେନ। ସେ ଜଣେ ସ୍ଥାନୀୟ କ୍ରିକେଟର ବୋଲି ଜଣାପଡ଼ିଛି। ଅଗଷ୍ଟ ୨୦ତାରିଖରେ ଏହି ଦୁର୍ଘଟଣାରେ ଘଟିଥିବା ବେଳେ ଏବେ ଏହାର ସିସିଟିଭି ଭିଡିଓ ଭାଇରାଲ ହେଉଛି। 

ସିସିଟିଭି ଭିଡିଓରେ ଦେଖାଯାଇଛି ‌ଯେ, ହୁସେନ ତାଙ୍କ ସ୍କୁଟିରେ ଯାଉଛନ୍ତି ଏବଂ ତାଙ୍କ ଦୁଇ ଚକିଆ ଯାନର ଗତି ମଧ୍ୟ ଖୁବ କମ ରହିଛି। ଏହି ସମୟରେ ଆଗରେ ଏକ କାର ଥିବା ଦେଖାଯାଉଛି। ହୁସେନ କାର୍ ପାଖରେ ପହଞ୍ଚିବା ପରେ କାର୍ ଭିତରେ ଥିବା ଜଣେ ବ୍ୟକ୍ତି କାର୍‌ର କବାଟ ହଠାତ୍ ଖୋଲି ଦେଉଛନ୍ତି। ଏହା ଫଳରେ ଛିଟିକି ପଡ଼ୁଛନ୍ତି ହୁ‌ସେନ୍। କ୍ରିକେଟର ତଳେ ପଡ଼ିବା ଦେଖି ପଛରେ ବାଇକ୍‌ରେ ଆସୁଥିବା ୨ଯୁବକ ତାଙ୍କୁ ଉଠାଇବାକୁ ଆସୁଛନ୍ତି। ହେ‌ଲେ ଆଉ ଉଠୁନାହାନ୍ତି ହୁସେନ୍। କୁହାଯାଉଛି ଯେ, ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଫରିଦ ହୁସେନ କେବଳ ଜଣେ ଚମତ୍କାର କ୍ରିକେଟର ନଥିଲେ ବରଂ ତାଙ୍କ ଅଞ୍ଚଳର ଅନେକ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ମଧ୍ୟ ଥିଲେ। ଫରିଦ ହୁସେନଙ୍କ ମୃତ୍ୟୁ ଯୋଗୁଁ ତାଙ୍କ ପରିବାରରେ ଶୋକର ବାତାବରଣ ଖେଳିଯାଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଏଣ୍ଡ୍ରୟୁ ସାଇମଣ୍ଡସ୍ ମଧ୍ୟ ମେ’ ୨୨, ୨୦୨୨ରେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading