ଏରସମା,୨୪।୭ ଜଗତ୍ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ଭାବେ ପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ବେଳାଭୂମିରେ ସମୁଦ୍ର ଜୁଆର ଉଗ୍ର ରୂପ ଧାରଣ କରିଛି। ଅମାବାସ୍ୟା ପ୍ରଭାବରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଣାଜୁଆର କୂଳ ଲଂଘିଛି। ଜୁଆର ଉପକୂଳ ଜଙ୍ଗଲ ଅତିକ୍ରମ କରିଯାଇଛି। ବେଳାଭୂମି ମହୋତ୍ସବସ୍ଥଳ, ଉଠା ଦୋକାନ, ଓଟିଡିସି ଗୃହ, ଗାଡି ପାର୍କିଂ ସ୍ଥଳ ପର୍ଯ୍ୟନ୍ତ ମାଡିଯାଇଛି। ସମୁଦ୍ର ଓ ବହୁ ଉଚ୍ଚ ଉପକୂଳ ଜଙ୍ଗଲ ମଧ୍ୟରେ ଜଳ ପତନ ସମାନ ହୋଇଯାଇଛି। ଫଳରେ ସମୁଦ୍ର ସଂଲଗ୍ନ ଗଡ଼ହରିଶପୁର, ପଦ୍ମପୁର, ଆମ୍ବିକ, ଶିଆଳି, ଶଙ୍ଖା, ନୋଳିଆସାହି, କଳବେଦୀ, ରାମତରା ପଞ୍ଚାୟତର ୨୫ ଗ୍ରାମର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
Discover more from Emerging Odisha
Subscribe to get the latest posts sent to your email.