ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର, ଅଗଷ୍ଟରେ ୧୦ଦିନ ଛୁଟି ରହିବ ସ୍କୁଲ-କଲେଜ!

Spread the love

ଭୁବନେଶ୍ୱର,୨୯।୭: ଓଡ଼ିଶାର ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। କାରଣ ଆସନ୍ତା ଅଗଷ୍ଟ ମାସରେ ସ୍କୁଲ, କଲେଜ ଏବଂ ସରକାରୀ ଅଫିସଗୁଡ଼ିକ ପ୍ରାୟ ୧୦ ଦିନ ଛୁଟି ରହୁଛି। ଛାତ୍ରୀଛାତ୍ରମାନଙ୍କ ପାଇଁ  ଖୁସି ଖବର ।  ପୁଣି ୧୦ ଦିନ ସ୍କୁଲ ଛୁଟି ହେବାକୁ ଯାଉଛି । ଜାଣନ୍ତୁ ଏହା କେଉଁଠି ଓ କେଉ କେଉଁ ଦିନ ସ୍କୁଲ ଛୁଟି ରହିବ?

୯ ଅଗଷ୍ଟ ରକ୍ଷା ବନ୍ଧନ – ଭାଇ-ଭଉଣୀ ପ୍ରେମର ଏକ ପର୍ବ, ପାରମ୍ପରିକ ଭାବରେ ସ୍କୁଲଗୁଡ଼ିକ ଛୁଟି ରହିବ। ୧୦ ଅଗଷ୍ଟ ରବିବାର ପଡୁଥିବାରୁ ଏହି ଦିନ ସ୍କୁଲ, କଲେଜ ଓ ଅଫିସ ବନ୍ଦ ରହିବ। ୧୫ ଅଗଷ୍ଟ  ସ୍ୱାଧୀନତା ଦିବସ – ଏହି ଦିନ ପତାକା ଉତ୍ତୋଳନ ପରେ ସ୍କୁଲଗୁଡ଼ିକରେ ଛୁଟି ଘୋଷଣା କରାଯାଏ। ତେଣୁ ସ୍କୁଲ କଲେଜ ସହ ଅଫିସ ଛୁଟି ରହିବ । ୧୬ ଅଗଷ୍ଟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ – ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ଛୁଟି। ୧୭ ଅଗଷ୍ଟ ଛାତ୍ରୀଛାତ୍ରମାନେ ଲଗାତାର ୩ ଦିନ ଛୁଟି ପାଇବେ । ରବିବାର ଥିବାରୁ ସ୍କୁଲ କଲେଜରେ ପାଠ ପଢା ବନ୍ଦ ରହିବ । କାର୍ଯ୍ୟାଳୟରେ ମଧ୍ୟ କାମ ହେବ ନାହିଁ ।

୨୭ ଅଗଷ୍ଟ ଗଣେଶ ଚତୁର୍ଥୀ ଯୋଗୁଁ ସ୍କୁଲ ମାନଙ୍କରେ ପୂଜା ପରେ ଛୁଟି । ଗଣେଶ ପୂଜା ପର ଦିନ ନୂଆଁଖାଇ ପଡୁଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଦିନ ଛୁଟି ପଡିବ । ସରକାରୀ ଛୁଟି ବ୍ୟତୀତ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ଅଗଷ୍ଟରେ ମୋଟ ୧୨ ଦିନ ଛୁଟି ଅଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading