ଚାଷୀଙ୍କୁ ରାଜ୍ୟ ସରକାରଙ୍କ ‘ନୂଆଁଖାଇ’ ଭେଟି: ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଯୋଜନାର କିସ୍ତି

Spread the love

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସିଏମ୍‌-କିଷାନ ଯୋଜନାର କିସ୍ତି ଆସନ୍ତାକାଲି (୨୭ ତାରିଖ) ପ୍ରଦାନ କରାଯିବ। ୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ଏହା ପ୍ରଦାନ କରାଯିବ। ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯିବ। ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହେବେ। ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି। 

ରାଜ୍ୟ ସରକାରଙ୍କ ସିଏମ୍‌-କିଷାନ ଯୋଜନାର କିସ୍ତି ଆସନ୍ତାକାଲି (୨୭ ତାରିଖ) ପ୍ରଦାନ କରାଯିବ। ୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ଏହା ପ୍ରଦାନ କରାଯିବ। ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯିବ। ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହେବେ। ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି। 

ସୂଚନାଯୋଗ୍ୟ, ଗତବର୍ଷ ‘ନୂଆଁଖାଇ’ ଅବସରରେ ରାଜ୍ୟ ସରକାର ସିଏମ୍‌-କିଷାନ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଥିଲେ। ଆଜି ଏନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading