ଘର ନିକଟରେ ଲଗାନ୍ତୁ ଏହି ସବୁ ଗଛ; ମିଳିବ ଶୁଭଫଳ

Spread the love

ଘରେ ବାସ୍ତୁ ଦୋଷ ଦୂର କରିବା ପାଇଁ ସମସ୍ତେ ପୂଜା ପାଠ ଉପରେ ବିଶ୍ୱାସ କରିଥାନ୍ତି। କ’ଣ ଆପଣ ଜାଣିଛନ୍ତି କି ଘରେ ଗଛ ଲଗାଇବା ଦ୍ୱାରା ମଧ୍ୟ ବାସ୍ତୁ ଦୋଷ ଦୂର ହୋଇଥାଏ।  କୁହାଯାଏ ଯେ, ଏମିତି କିଛି ଗଛ ରହିଛି ଯାହାକୁ ଲଗାଇବା ଦ୍ୱାରା ଘରେ ଉନ୍ନତି ହେବା ସହ ଘର ଉପରେ ସକରାତ୍ମକ ପ୍ରଭାବ ପଡ଼ିଥାଏ। ତା’ହେଲେ ଆସନ୍ତୁ ଜାଣିବା ଘର ନିକଟରେ କେଉଁ ଗଛ ଲଗାଇଲେ ବାସ୍ତୁଦୋଷ ଦୂର ହେବା ସହ ଶୁଭଫଳ ମିଳିଥାଏ। 

ଅଶୋକ ଗଛ: ବାସ୍ତୁ ଅନୁସାରେ ଘର ନିକଟରେ ଅଶୋକ ଗଛ ଲଗାଇଲେ ଶୁଭ ହୋଇଥାଏ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୂର ହେବା ସହ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

ଅଶ୍ୱଗନ୍ଧା ଗଛ: ଅଶ୍ୱଗନ୍ଧା ଗଛରେ ଔଷଧୀୟ ଗୁଣ ରହିଛି। ବାସ୍ତୁ ଅନୁସାରେ ଘର ନିକଟରେ ଅଶ୍ୱଗନ୍ଧା ଗଛ ଲଗାଇଲେ ଘର ପାଇଁ ଶୁଭ ହୋଇଥାଏ। ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ନଡ଼ିଆ ଗଛ: ଘର ନିକଟରେ ନଡ଼ିଆ ଗଛ ଥିଲେ ଶୁଭ ହୋଇଥାଏ। ନଡ଼ିଆ ଗଛ ଘର ନିକଟରେ ଥିଲେ ପରିବାର ସଦ୍ୟସଙ୍କର ମାନ-ସମ୍ମାନ ବୃଦ୍ଧି ହୋଇଥାଏ।

ବରଗଛ: ଘରର ପୂର୍ବ ଦିଗରେ ବର ଗଛ ଥିଲେ ଶୁଭ ହୋଇଥାଏ। ବର ଗଛରେ ଭଗବାନ ବସବାସ କରନ୍ତି ବୋଲି ବିଶ୍ୱାସ ରହିଛି। ଘରର ପଶ୍ଚିମ ଦିଗରେ ବର ଗଛ ରହିଲେ ଅଶୁଭ ହୋଇଥାଏ।

ବେଲ ଗଛ: ବେଲ ଗଛ ଘର ନିକଟରେ ରହିଲେ ଶୁଭ ହୋଇଥାଏ। ବେଲ ଗଛର ପତ୍ରକୁ ଦେବ ଦେବ ମହାଦେବଙ୍କ  ନିକଟରେ ଅର୍ପଣ କରାଯାଇଥାଏ। ବେଲ ଗଛ ଘର ନିକଟରେ ରହିଲେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading