ଗୋ ରକ୍ଷକଙ୍କ ବାଇକ୍‌ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ, ଚାଳକ ସମେତ ଗୋରୁ ଜବତ

Spread the love

ବାଲିପାଟଣା: ବାଲିପାଟଣା ଥାନା ଅଞ୍ଚଳରେ ବେଆଇନ ଗୋ ଚାଲଣ ବୃଦ୍ଧି ପାଉଛି| ଆଜି ବେଆଇନ ଭାବେ ଗୋ ଚାଲଣ ବେଳେ ଗୋରୁ ବ୍ୟବସା୍ୟୀ ରକ୍ତମୁଖା ହୋଇ ଗୋ ରକ୍ଷକଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି | ଖବର ପାଇ ପୁଲିସ ଗୋରୁ ବୋଝଇ ଗାଡ଼ି ସହ ଜଣଙ୍କୁ ଅଟକ ରଖିଛି |

ପିକଅପରେ ଥିବା ୩ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଗୋ ରକ୍ଷକମାନଙ୍କୁ ମାରିଦେବାକୁ ଧମକ ଦେବା ସହ ଧାନ ବିଲରେ ପଶି ୨ ଜଣ ଫେରାର ହୋଇ ଯାଇଥିଲେ | ଗାଡ଼ି ଚାଳକ ଏହି ଥାନା ବେଙ୍ଗବତୀର କୁତୁବ ଅଲ୍ଲୀକୁ ଗୋ ରକ୍ଷକ ଏବଂ ଗ୍ରାମବାସୀ କାବୁ କରି ପୁଲିସ ଜିମା ଦେଇଛନ୍ତି | ତେବେ ଗୋ- ଚାଲଣକାରୀଙ୍କ କବଳରୁ ଗୋ ରକ୍ଷକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡ଼ିଛି | ଏନେଇ ସ୍ଥାନୀୟ ବଜରଙ୍ଗ ଦଳ ତରଫରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି |

ସୂଚନା ଅନୁସାରେ, ଆଜି ଭୋରୁ ଚଣାହଟ୍ଟା ସରିପୁର ରାସ୍ତାରେ ପିକପ ନଂ ଓଡି ୦୨ ସି ସି ୧୭୦୮ ରେ ଗାଈମାନଙ୍କୁ ଅମାନୁଷିକ ଭାବେ ମୁହଁ, ଗୋଡ଼ ବାନ୍ଧି ନେଉଥିବା କିଛି ଗୋ ରକ୍ଷକ ଦେଖିଥିଲେ | ଗୋ ରକ୍ଷକମାନେ ସରିପୁର ଭୋଳ ସାହି ନିକଟରେ ପିକଅପକୁ ଅଟକାଇବାକୁ ଚେଷ୍ଟା କରିଥିଲେ | ଗୋ ଚାଳକ ପ୍ରତିହିଂସା ପରାୟଣ ହୋଇ ହଡ଼ବଡେଇ ଯାଇଥିଲେ | ଗୋରୁ ବୋଝେଇ ପିକଅପ ଗାଡ଼ିକୁ ପଛୁଆ ନେଇ ଫେରାର ହେବାକୁ ଉଦ୍ୟମ କରିଥିଲେ | ଗାଡ଼ି ପଛରେ ଥିବା ନିର୍ମଳ ବିଶ୍ୱାଳଙ୍କ ପଲସର ବାଇକ ନଂ ଓଡି ୦୨ ସିଜେ ୨୦୨୨ ଉପରେ ଗୋରୁ ବେପାରୀ ପିକଅପ ଚଢ଼ାଇ ଦେଇଥିଲେ |

ପିକଅପରେ ଥିବା ୩ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଗୋ ରକ୍ଷକମାନଙ୍କୁ ମାରିଦେବାକୁ ଧମକ ଦେବା ସହ ଧାନ ବିଲରେ ପଶି ୨ ଜଣ ଫେରାର ହୋଇ ଯାଇଥିଲେ | ଗାଡ଼ି ଚାଳକ ଏହି ଥାନା ବେଙ୍ଗବତୀର କୁତୁବ ଅଲ୍ଲୀକୁ ଗୋ ରକ୍ଷକ ଏବଂ ଗ୍ରାମବାସୀ କାବୁ କରି ପୁଲିସ ଜିମା ଦେଇଛନ୍ତି | ତେବେ ଗୋ ଚାଲଣକାରୀଙ୍କ କବଳରୁ ଗୋ ରକ୍ଷକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡ଼ିଛି | ଏନେଇ ସ୍ଥାନୀୟ ବଜରଙ୍ଗ ଦଳ ତରଫରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି |


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading