ଛତ୍ରପୁର : ଗାଈ ଗୁହାଳରେ ଡିଟୋନେଟର । ଗଞ୍ଜାମ ଜିଲ୍ଲା ଛତ୍ରପୁର ଜଗନ୍ନାଥପୁର ଗାଁରୁ ପ୍ରାୟ ୫ ଟନ ପଥର ବ୍ଲାଷ୍ଟ ଡିଟୋନେଟର ଜବତ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଠାରେ ଗତକାଲି ଏକ ଗାଡ଼ିରେ କିଛି ଡିଟୋନେଟର ଥିବା ଗାଡିକୁ ତୁମୁଡିବନ୍ଧ ପୋଲିସ ଜବତ କରିଥିଲା । ଏହା ସହ ଜଣଙ୍କୁ ଅଟକ ରଖିଛି ।
ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଠାରେ ଏକ ଗାଡ଼ିରେ କିଛି ଡିଟୋ ନେଟର ଥିବା ଗାଡିକୁ ତୁମୁଡିବନ୍ଧ ପୋଲିସ ଜବତ କରିଥିଲା । ପରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ସ୍ଥିତ ଏକ ଆଦର୍ଶ ଗାଈ ଗୁହାଳ ରେ ପଥର ବ୍ଲାଷ୍ଟ ଡିଟୋ ନେଟର ରହିଥିବା ଖବର ପାଇ ଚମାଖଣ୍ଡି ଥାନା ପୋଲିସ ସହାୟତାରେ ଚଢ଼ାଉ କରାଯାଇଥିଲା । କେତେ ପରିମାଣର ଡିଟୋ ନେଟର ଜବତ କରାଯାଇଛି ସେନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନଥିବା ବେଳେ ବିପୁଳ ପରିମାଣର ଡିଟୋନେଟର ଜବତ କରାଯାଇଥିବା ଦେଖିବାକୁ ମିଳିଛି ।
Discover more from Emerging Odisha
Subscribe to get the latest posts sent to your email.