ଖାଇବା ପୂର୍ବରୁ ଏହି ସବୁ ଖାଦ୍ୟ ଗ୍ରହଣ କଲେ ହ୍ରାସ ହୋଇଥାଏ ଓଜନ

Spread the love

ଆଜିକାଲି ଓଜନ ହ୍ର‌ାସ ନିଶା ସଭିଙ୍କୁ ଘାରିଛି। ସଭିଏଁ ଚାହାନ୍ତି ଫିଟ୍‌ ରହିବାକୁ। ମାତ୍ର ଖାଦ୍ୟକୁ ନିୟନ୍ତ୍ରଣରେ ରଖି ଫିଟ୍‌ ରହିବାକୁ କେହି ବି ଚାହାନ୍ତି ନାହିଁ। ସଭିଏଁ ଚାହାନ୍ତି ଆମେ ସବୁ ସ୍ବାଦିଷ୍ଟ ଜିନିଷ ଖାଇବା ପରେ ଯେପରି ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରୁ। ତେବେ ଏପରି କିଛି ଖାଦ୍ୟ ଅଛି ଯାହାକୁ ଆପଣ ଖାଇବା ପୂର୍ବରୁ ଗ୍ରହଣ କରିବା ଦ୍ବାରା ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ।

କିଛି ଲୋକଙ୍କ କହିବା ମୁତାବକ କିଛି ଖାଇବା ମାତ୍ରେ ତୁରନ୍ତ ସେମାନଙ୍କ ଓଜନ ବଢ଼ିଯାଏ। ଓଜନ କମାଇବା ଚକ୍କରରେ ଅନେକ ସମୟରେ ନିଜ ପ୍ରିୟ ଖାଦ୍ୟକୁ ବି ତ୍ୟାଗ କରିବାକୁ ବି ପଡ଼ିଥାଏ। ମାତ୍ର ଏପରି କେତେ ଦିନ ବା କରିହେବ, କେତେ ଦିନ ବା ଖାଇବା ଉପରେ ଆୟତ୍ତ ରଖିବେ ଆପଣ? ଏମିତି ବି ହୁଏ ଖାଦ୍ୟ କମାଇବା ଦ୍ୱାରା ଗ୍ୟାସ୍‌ ହେତୁ ମୋଟାପଣ ବଢ଼ିଥାଏ। ତେଣୁ, ଖାଇବା କମାଇ ଓଜନ କମାଇବା ଚିନ୍ତା କରିବା ନିହାତି ଭୁଲ୍‌ ନିଷ୍ପତ୍ତି। ଆପଣ ଯଦି ନିଜ ଓଜନ କମାଇବାକୁ ଚାହାନ୍ତି ତ ନିମ୍ନରେ ଯେଉଁ ସୁପ୍‌ ବିଷୟରେ ଲେଖାଯାଇଛି ତାହାକୁ ପ୍ରତିଦିନ ଖାଇବା ପୂର୍ବରୁ ପିଅନ୍ତୁ।

ପ୍ରଥମେ ୩ଟି ବିଲାତି ବାଇଗଣ, ୩ଟି ଗାଜର, ଏକ ଫୁଲକୋବି, ୬ଟି ପିଆଜ ନିଅନ୍ତୁ। ତାହାକୁ ଖୁବ୍‌ ସାନ ସାନ କରି କାଟିଦିଅନ୍ତୁ। ଏହା ସହିତ ୩ ବିଡ଼ା ଧନିଆ ପତ୍ର ବି କାଟିକି ରଖନ୍ତୁ। ପାରୁଛନ୍ତି ଯଦି ଅଧା ଗିନା ବିନ୍ସ କଟା ବି ନିଅନ୍ତୁ। ସବୁକୁ ମିଶାଇ ପାଣି ଦେଇ ସିଝେଇ ଦିଅନ୍ତୁ। ସେଥିରେ ଆବଶ୍ୟକ ପରିମାଣର ଲଙ୍କାଗୁଣ୍ଡ ଓ ଲୁଣ ମିଶାଇ ଦିଅନ୍ତୁ। ନିଜର ରୁଚି ଅନୁସାରେ ପାଣି ମାରିପାରନ୍ତି କିମ୍ବା ଅଧିକ ବି ଦେଇପାରନ୍ତି। ଏହି ସୁପ୍‌କୁ ଖାଦ୍ୟ ଖାଇବାର ୧୦ ମିନିଟ୍‌ ପୂର୍ବରୁ ପିଅନ୍ତୁ। ପାରୁଛନ୍ତି ଯଦି ରାତିରେ ଆଉ କିଛି ନଖାଇ ଏହାକୁ ପିଇକି ଶୋଇପାରନ୍ତି। ପ୍ରତିଦିନ ଏହାକୁ ପିଇବା ଦ୍ବାରା ଆପଣଙ୍କ ଓଜନ ନିଶ୍ଚୟ ନିୟନ୍ତ୍ରଣରେ ରହିବ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading