ଭୁବନେଶ୍ବର: କେନାଲ ବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ବର ଦୟା ୱେଷ୍ଟ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜ୍ୟୋତି ରଞ୍ଜନ ବେହେରା । କେହି ହତ୍ୟା କରି ଯୁବକଙ୍କୁ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି ।
ଘଟଣାସ୍ଥଳରେ ଯୁବକଙ୍କ ବାଇକ ପଡିଛି । ଗତକାଲିଠାରୁ ଯୁବକ ଜଣକ ନିଖୋଜ ଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ଯୁବକ ଜଣକ ହାଟ ଯାଇଥିଲେ।
କିନ୍ତୁ ରାତିରେ ଘରକୁ ନଫେରିବାରୁ ପରିବାର ଲୋକେ ଆଖ ପାଖ ଅଞ୍ଚଳରେ ଖୋଜା ଖୋଜି କରିଥିଲେ। ଆଜି ସକାଳୁ ଦୟା ୱେଷ୍ଟ କେନାଲରେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏୟାରଫିଲ୍ଡ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।
Discover more from Emerging Odisha
Subscribe to get the latest posts sent to your email.