କାରକୁ ପିଟିଲା କାର୍ ; ଭୁବନେଶ୍ବର ରେଳକୁଞ୍ଜ ନିକଟରେ ଦୁର୍ଘଟଣା

Spread the love

ରାଜଧାନୀରେ ମଝି ରାତିରେ ଦୁର୍ଘଟଣା । କାରକୁ ଧକ୍କା ଦେଲା କାର । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳ ରେଳକୁଞ୍ଜ ପାଖରେ ଏହି ଦୁର୍ଘଟଣା ଘଟିଛି । ବିପରୀତ ଦିଗରୁ ଆସୁଥିବା ଦୁଇଟି କାର୍ ପରସ୍ପର ମୁହାଁମୁହିଁ ହୋଇଥିଲେ । ତେବେ ସୌଭାଗ୍ୟବଶତଃ କେହି ମୃତାହତ ହୋଇ ନାହାନ୍ତି । ଦୁଇଟି ଗାଡ଼ିକୁ କ୍ଷତି ପହଞ୍ଚିଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଜଣେ କାର ମାଲିକ ସେଠାରେ ଉପସ୍ଥିତ ଥିଲେ । ହେଲେ ଅନ୍ୟ କାରରେ ଥିବା ୨ ଜଣ ଫେରାର ହୋଇଯାଇଛନ୍ତି । ଫେରାର ଦୁଇ ବ୍ୟକ୍ତି କିଏ ଆଉ ଦୁର୍ଘଟଣା ପରେ କାହିଁକି ଫେରାର ହୋଇଗଲେ, ସେ ନେଇ ପୁଲିସ୍ ଘଟଣାର ଅଧିକ ଯାଞ୍ଚ କରୁଛି । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading