ବିଡାନାସୀ ନୂଆ ସାହି ଅଞ୍ଚଳରେ ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କଲା ଯୁବକ ।ଆହତ ସ୍ବାମୀ ସ୍ତ୍ରୀ ହେଲେ ସ୍ବାମୀ ସୁକଦେବ ଦଳେଇ ଓ ସ୍ତ୍ରୀ ସୁଜାତା ଭଟ୍ଟ ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାମାନ୍ୟ ବଚସାରୁ ପ୍ରଥମେ ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ଛୁରୀରେ ଆକ୍ରମଣ ଓ ପରେ ପ୍ରତିବାଦ କରିବାରୁ ସ୍ତ୍ରୀ କୁ ଆକ୍ରମଣ କଲା କେନ୍ଦ୍ରାପଡ଼ା ଜିଲ୍ଲା ଗଗୁଆ ଅଞ୍ଚଳର ଗୋବିନ୍ଦ ମାଲିକ । ଆକ୍ରମଣରେ ଗୁରୁତର ହୋଇ ହୋଇଥିବା ଦୁଇଜଣ ଙ୍କୁ ଏସ ସି ବି ମେଡିକାଲ ମେଡ଼ିକାଲ ପଠାଇଲା ପୋଲିସ୍ ।
ସୁକଦେବ ଦଳେଇଙ୍କ ଘର ବଡ଼ମ୍ବା ଅଞ୍ଚଳରେ ବୋଲି ସୁଚନା ମିଳିଛି। ଆଜି ସକାଳେ ବିଡାନାସୀ ନୂଆ ସାହି ଠାରେ ଏହି ଦୁଇ ପଡୋଶୀ ସୁକଦେବ ଦଳେଇ ଓ ଗୋବିନ୍ଦ ମାଲିକଙ୍କ ଭିତରେ ପ୍ରଥମେ ବଚସା ଓ ପରେ ଆକ୍ରମଣ ହୋଇଥିଲା । ଗୋବିନ୍ଦଙ୍କ ଆକ୍ରମଣରେ ଗୁରୁତର ହେଲେ ସୁକଦେବ । ସ୍ବାମୀଙ୍କୁ ଅଟକାଇବାକୁ ଯାଇ ସ୍ତ୍ରୀ ସୁଜାତା ଭଟ୍ଟ ମଧ୍ୟ ଆହତ ହୋଇଛନ୍ତି। ସୁଜାତାଙ୍କ ନାକରେ ଗମ୍ଭୀର ଆଘାତ ଲାଗିଛି। ଗୋବିନ୍ଦ ପେଶାରେ ଜଣେ ପରିବା ଦୋକାନୀ ଓ ସୁକଦେବ ଦଳେଇ ପେଶାରେ ଜଣେ ମାଛ ଦୋକାନୀ । ଘଟଣା ସ୍ଥଳରେ ବିଡାନାସୀ ଥାନା ପୋଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ SCB ମେଡ଼ିକାଲ ପଠେଇବା ସହିତ ଅଭିଯୁକ୍ତ ଗୋବିନ୍ଦ ମଲିକ କୁ ଅଟକ ରଖିଛି ।
Discover more from Emerging Odisha
Subscribe to get the latest posts sent to your email.