ଏମ୍ସ ଦିଲ୍ଲୀରେ ଚିକିତ୍ସିତ ବଳଙ୍ଗା ପୀଡ଼ିତାଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା; ପୂରା ଘଟଣା ସମ୍ପର୍କରେ ଟିକିନିକି ତଥ୍ୟ ନେଲା ତଦନ୍ତକାରୀ ସଂସ୍ଥା

Spread the love

 ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ୭ ଦିନ ପରେ ବି ପୁଲିସର ହାତ ଖାଲି । ପୋଲିସ ଓ କ୍ରାଇମବ୍ରାଞ୍ଚ ଘଟଣା ସ୍ଥଳରେ ତନାଘନା ଚଳାଇଥିବାବେଳେ ଏବେ ବି ଅଭିଯୁକ୍ତଙ୍କ ଟେର ପାଉନି । ଅନେକ ଲୋକଙ୍କୁ ଜେରା ସରିଛି । ତଥାପି ପୋଲିସ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନି । ସେପଟେ ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଉଥିବା ସୂଚନା ମିଳିଛି । ଦିଲ୍ଲୀ ଯାଇଥିବା ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ପୀଡ଼ିତାଙ୍କ ବୟାନ ରେକର୍ଡ କରୁଥିବା ଖବର ମିଳୁଛି ।

ଗତ ୧୯ ତାରିଖ ସକାଳେ ପୀଡ଼ିତାଙ୍କ ସହ କଣ ଘଟିଥିଲା ସେନେଇ ସମସ୍ତ ତଥ୍ୟ ପଚାରି ବୁଝୁଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । ଏପଟେ ବଳଙ୍ଗାରେ ଗହଣା ଦୋକାନୀଙ୍କୁ ଝାଳବୁହା ଜେରା କରାଯାଇଛି । ରୁପା ମୁଦିକୁ ନେଇ ଚାଲିଛି ଖୋଳତାଡ଼ । କ୍ରାଇମ ସ୍ପଟରୁ ମିଳିଥିବା ରୁପା ମୁଦି ନେଇ ଚାଲିଛି ତନାଘନା ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading