ଇନଷ୍ଟାଗ୍ରାମ ରିଲ୍ସ ସ୍କ୍ରୋଲିଂ ମଦ ପିଇବା ସହ ସମାନ, ମସ୍ତିଷ୍କ ପାଇଁ ଭୟଙ୍କର କ୍ଷତିକାରକ

Spread the love

ନୂଆଦିଲ୍ଲୀ,୨୧ା୮: ଇନଷ୍ଟାଗ୍ରାମ ରିଲ୍ସ, ଟିକଟକ କିମ୍ବା ୟୁଟ୍ୟୁବ ସର୍ଟସ ସ୍କ୍ରୋଲିଂ ସମୟ କାଟିବାର ଏକ ସାଧାରଣ ମନେହୁଏ, କିନ୍ତୁ ନ୍ୟୁରୋସାଇନ୍ଟିଷ୍ଟମାନେ ଚେତାବନୀ ଦେଇଛନ୍ତି ଯେ ଏହା ମସ୍ତିଷ୍କ ଉପରେ ମଦ ପିଇବା ସଦୃଶ କ୍ଷତିକାରକ ପ୍ରଭାବ ପକାଇପାରେ।

ନ୍ୟୁରୋଇମେଜ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରେ ତିଆନଜିନ ନର୍ମାଲ ବିଶ୍ୱବିଦ୍ୟାଳୟର ପ୍ରଫେସର କିଆଙ୍ଗ ୱାଙ୍ଗ କହିଛନ୍ତି, ଅତ୍ୟଧିକ ସର୍ଟ-ଫର୍ମ ଭିଡିଓ ଦେଖୁଥିବା ବ୍ୟକ୍ତିଙ୍କ ମସ୍ତିଷ୍କରେ ରିୱାର୍ଡ ପାଥୱେରେ ଅଧିକ କାର୍ଯ୍ୟକଳାପ ଦେଖାଯାଏ, ଯାହା ମଦ କିମ୍ବା ଜୁଆ ଭଳି ନିଶା ସମୟରେ ହୁଏ। ଚାଇନାରେ ବ୍ୟବହାରକାରୀମାନେ ଦୈନିକ ହାରାହାରି ୧୫୧ ମିନିଟ ଏହି ଭିଡିଓ ଦେଖନ୍ତି, ଯାହା ଧ୍ୟାନ, ନିଦ୍ରା ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ଡିପ୍ରେସନ ଆଦି ବୃଦ୍ଧି କରେ।

ଫରିଦାବାଦର ମାରେଙ୍ଗୋ ଏସିଆ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ମୁଖ୍ୟ ଡ. କୁନାଲ ବାହରାନୀ କହିଛନ୍ତି, ସର୍ଟ ଭିଡିଓ ଦେଖିବା ମସ୍ତିଷ୍କରେ ଡୋପାମାଇନ ସ୍ତର ବୃଦ୍ଧି କରେ, ଯାହା ଆନନ୍ଦ ଓ ପୁରସ୍କାର ଅନୁଭବ କରାଏ। ଏହା ଅତ୍ୟଧିକ ହେଲେ ମସ୍ତିଷ୍କର ରିୱାର୍ଡ ସିଷ୍ଟମକୁ ‘ହାଇଜାକ’ କରି ନିଶାରେ ପରିଣତ ହୁଏ। ଏହା ପ୍ରିଫ୍ରଣ୍ଟାଲ କର୍ଟେକ୍ସକୁ ସଙ୍କୁଚିତ କରି ଧ୍ୟାନ, ଆତ୍ମନିୟନ୍ତ୍ରଣ ଓ ନିଷ୍ପତ୍ତି ଗ୍ରହଣ କ୍ଷମତାକୁ ଦୁର୍ବଳ କରେ। ରାତିରେ ଅତ୍ୟଧିକ ସ୍କ୍ରୋଲିଂ ହିପୋକାମ୍ପସକୁ ପ୍ରଭାବିତ କରି ସ୍ମୃତି ଓ ଶିକ୍ଷଣ କ୍ଷମତା ହ୍ରାସ କରେ।

ଡ. ବାହରାନୀ ପରାମର୍ଶ ଦେଇଛନ୍ତି ଯେ, ଦୈନିକ ୨-୩ ଘଣ୍ଟାରୁ ଅଧିକ ସ୍କ୍ରିନ ଟାଇମ ମସ୍ତିଷ୍କ ପାଇଁ ‘ଡିଜିଟାଲ ଇଣ୍ଟକ୍ସିକେସନ’ ସୃଷ୍ଟି କରିପାରେ, ଯାହା ଦୀର୍ଘକାଳୀନ ଭାବେ ‘ଡିଜିଟାଲ ଡିମେନ୍ସିଆ’ରେ ପରିଣତ ହୋଇପାରେ। ସୀମିତ ବ୍ୟବହାର ଓ ମଧ୍ୟମ ପନ୍ଥା ଅବଲମ୍ବନ ଏହି ନିଶାରୁ ରକ୍ଷା ପାଇଁ ଜରୁରୀ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading