ଆମେରିକାରେ ବୋଇଙ୍ଗ ଜେଟ୍‌ରେ ଲାଗିଲା ନିଆଁ, ସ୍ଲାଇଡ୍ ଦେଇ ବାହାରିଲେ ଆତଙ୍କିତ ଯାତ୍ରୀ

Spread the love

ନୂଆଦିଲ୍ଲୀ,୨୭।୭: ଶନିବାର ଡେନଭର ଆନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାନ ଏୟାରଲାଇନ୍ସର ଏକ ବୋଇଙ୍ଗ ୭୩୭ ମ୍ୟାକ୍ସ ୮ ଜେଟ୍‌ରେ ଲ୍ୟାଣ୍ଡିଂ ଗିଅର ସମସ୍ୟା ଯୋଗୁଁ ଟେକ୍‌ଅଫ୍ ବାତିଲ ହେବା ପରେ ନିଆଁ ଲାଗି ଧୂଆଁ ବାହାରିଥିଲା। ଏହି ଘଟଣାରେ ୧୭୩ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ରନୱେରେ ଇନଫ୍ଲାଟେବଲ ଇମରଜେନ୍ସି ସ୍ଲାଇଡ୍ ଜରିଆରେ ନିରାପଦେ ବାହାର କରାଯାଇଥିଲା। ଏହି ବିମାନ ଫ୍ଲାଇଟ ଭାବେ ମିଆମି ଅଭିମୁଖେ ଯାଉଥିଲା।

ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ) ଅନୁଯାୟୀ, ବିମାନଟି ଟେକ୍‌ଅଫ୍ ସମୟରେ ଲ୍ୟାଣ୍ଡିଂ ଗିଅରରେ ସମସ୍ୟା ଦେଖାଦେବା କାରଣରୁ ଉଡ଼ାଣ ବାତିଲ କରାଯାଇଥିଲା। ଏହି ଘଟଣାର ତଦନ୍ତ ଚାଲିଛି। ରିପୋର୍ଟ ଅନୁଯାୟୀ ଲାଇଭ ଏୟାର ଟ୍ରାଫିକ କଣ୍ଟ୍ରୋଲ ଅଡିଓରେ ନିୟନ୍ତ୍ରଣ କକ୍ଷରୁ ପାଇଲଟଙ୍କୁ ଚେତାବନୀ ଦିଆଯାଇଥିବା ଶୁଣାଯାଇଛି: “ଫ୍ଲାଇଟ ୨୦୨୩, ଆପଣଙ୍କ ବିମାନରୁ ପ୍ରଚୁର ଧୂଆଁ ବାହାରୁଛି। କିଛି ନିଆଁ ଦେଖାଯାଉଛି। ତେବେ କିଛି ଧୂଆଁ କମୁଛି।” କିଛି ମୁହୂର୍ତ୍ତ ପରେ ନିୟନ୍ତ୍ରଣ କକ୍ଷ ନିଶ୍ଚିତ କରିଥିଲା, “ଆପଣଙ୍କ ବିମାନରେ ନିଆଁ ଲାଗିଛି।”


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading