ଆଜି ଏନଡିଏ କରିପାରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା, ପ୍ରଧାନମନ୍ତ୍ରୀ ମୋଦୀ, ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ବୈଠକରେ ହୋଇପାରେ ନିଷ୍ପତ୍ତି

Spread the love

ଆଜି ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିପାରେ ଏନଡିଏ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଏନଡିଏର ମନ୍ତ୍ରୀମାନଙ୍କ ନେଇ ଉଚ୍ଚସ୍ତରୀୟ ବୈଠକ ହେବାର ଅଛି । ଏଥିରେ ଉପରାଷ୍ଟ୍ରପତି ପ୍ରାର୍ଥୀ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏନଡିଏର ବୈଠକ ବସିବାର ଅଛି । ବୈଠକରେ ପରେ ଉପରାଷ୍ଟ୍ରପତି ପ୍ରାର୍ଥୀ ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ ଗଣମାଧ୍ୟମକୁ ସୂଚନା ଦେବେ ।

ଉପରାଷ୍ଟ୍ରପତି ପ୍ରାର୍ଥୀ ବିଜେପିରୁ ହିଁ ହେବେ ବୋଲି ପୂର୍ବରୁ ସୂଚନା ମଳିଥିଲା । ତେବେ କିଏ ପ୍ରାର୍ଥୀ ହେବେ, ତାହା ଆଜି ସ୍ପଷ୍ଟ ହୋଇଯିବ । ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବାର ଅଛି। ଅଗଷ୍ଟ ୨୧ ରହିଛି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ । ଉଭୟ ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ଦ୍ବାରା ଉପରାଷ୍ଟ୍ରପତି ନିର୍ବାଚିତ ହେବେ । ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହି ପଦବିରୁ ଇସ୍ତଫା ଦେଇଥିଲେ । ଉପରାଷ୍ଟ୍ରପତି ଦୌଡ଼ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସବୁଠୁ ଆଗରେ ଥିବା ଚର୍ଚ୍ଚା ହେଉଛି । ନୀତୀଶଙ୍କ ବ୍ୟତୀତ ପଛୁଆ ବର୍ଗର ରାମନାଥ ଠାକୁର, ଜେଡିୟୁର ହରିବଂଶ ସିଂ, ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା, ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading