ଆଇନଜୀବୀଙ୍କ ‌ଆତ୍ମାହୁତି: ୪ମହଲା ଉପରେ ଜଳିଗଲେ, ମାନସିକ ରୋଗରେ ଆକ୍ରାନ୍ତ ଥିଲେ

Spread the love

ଭୁବନେଶ୍ବର: ‘ଗରମ ଲାଗୁଛି, ମୁଁ ଛାତ ଉପରକୁ ଯାଉଛି। ପରେ ଆସି ଖାଇବି।’ ଏମିତି କହି ଛାତ ଉପରକୁ ଗଲେ, ହେଲେ ଆଉ ଫେରିଲେ ନାହିଁ। ସିଡି କବାଟ ବନ୍ଦ କରି ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇଦେଲେ। ଆଉ କ୍ଷଣକ ମଧ୍ୟରେ  ପୋଡ଼ି ହୋଇଗଲେ। ଏଭଳି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି ମଞ୍ଚେଶ୍ବର ଥାନା ପାଣ୍ଡରା ଅଞ୍ଚଳରେ। ମୃତ ଯୁବକଜଣଙ୍କ ହେଉଛନ୍ତି ପାଣ୍ଡରା ୱାର୍ଡ-୧୮ର ଦୀପକ ସାହୁ (୪୬)। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ଦୀପକ ମାନସିକ ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି। ଏଥିପାଇଁ ସେ ଔଷଧ ଖାଉଥିଲେ। ହେଲେ ସେ କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ, ଆତ୍ମାହୁତି ପଛର କାରଣ କ’ଣ, ତାହା ଏବେ ବି ଅସ୍ପଷ୍ଟ ରହିଛି।

fhsfhsffhs

ସୂଚନା ମୁତାବକ, ଦୀପକ ଜଣେ ଆଇନଜୀବୀ ଥିଲେ ଏବଂ ପତ୍ନୀ, ୨ ସନ୍ତାନ ଓ ମା’ଙ୍କ ସହ ରହୁଥିଲେ। ଆଜି ରାତି ପାଖାପାଖି ୧୦ଟା ସମୟରେ ପତ୍ନୀ ଖାଇବା ପାଇଁ କହିବାରୁ ଗରମ ହେଉଥିବାରୁ ଛାତ ଉପରୁ ବୁଲାବୁଲି କରି ପରେ ଖାଇବେ ବୋଲି କହିଥିଲେ। ଦୀପକଙ୍କ ଫେରିବାରେ ବିଳମ୍ବ ହେବାରୁ ରାତି ସାଢ଼େ ୧୦ଟା ସମୟରେ ପତ୍ନୀ ୪ମହଲା ଛାତ ଉପରକୁ ଯାଇଥିଲେ। ହେଲେ ସିଡି କବାଟ ବନ୍ଦ ଥିବା ଦେଖି ସେ ଦୀପକଙ୍କୁ କବାଟ ଖୋଲିବାକୁ ଡାକିଥିଲେ। କିନ୍ତୁ ସେ କବାଟ ଖୋଲି ନଥିଲେ କି ଜବାବ ଦେଇନଥିଲେ। ପୋଡ଼ା ଗନ୍ଧ ସାଙ୍ଗକୁ ନିଆଁ ଦେଖି ପତ୍ନୀ ପାଟି କରି ପରିବାର ଲୋକଙ୍କୁ 
ଡାକିଥିଲେ। ପାଟି ଶୁଣି ପଡ଼ୋଶୀମାନେ ବି ଧାଇଁ ଆସିଥିଲେ। କବାଟ ଭିତର ପଟୁ ବନ୍ଦ ଥିବାରୁ ପାଖଘର ଛାତ ଦେଇ ‌କିଛି ପଡ଼ୋଶୀ ଯୁବକ ସେଠାକୁ ଯାଇଥିଲେ। ହେଲେ ସେତେବେଳକୁ ଦୀପକଙ୍କ ଶରୀର ପୋଡ଼ି ଯାଇଥିଲା। ଘଟଣା ପ୍ରଘଟ ହେବା ପରେ ମଞ୍ଚେଶ୍ବର ଥାନା ପୁଲିସର ଦୁଇଟି ଟିମ୍‌ ସେଠାରେ ପହଞ୍ଚିଥିଲେ।

ଆଇନଜୀବୀଙ୍କ ‌ଆତ୍ମାହୁତି: ୪ମହଲା ଉପରେ ଜଳିଗଲେ, ମାନସିକ ରୋଗରେ ଆକ୍ରାନ୍ତ ଥିଲେ


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading