ଅଷ୍ଟ୍ରେଲିଆ ଟୁରିଜିମର ବ୍ରାଣ୍ଡ ଆମ୍ବାସାଡର ହେଲେ ସଚିନଙ୍କ ଝିଅ

Spread the love

ପର୍ଯ୍ୟଟକମାନଙ୍କୁ ଛୁଟି ବିତାଇବା ପାଇଁ ଆକର୍ଷିତ କରିବାକୁ ଗୋଟିଏ ନୂଆ ପର୍ଯ୍ୟଟନ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ଅଷ୍ଟ୍ରେଲିଆ ସରକାର । ଚର୍ଚ୍ଚିତ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଅଷ୍ଟ୍ରେଲିଆ ସରକାର ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ କରିଛନ୍ତି । ଟୁରିଜିମଙ୍କୁ ପ୍ରୋତ୍ସାହିତ କରିବାକୁ ଦାୟିତ୍ବ ନେବେ ସାରା ସଚିନ ତେନ୍ଦୁଲକର । ଯେଉଁଥି ପାଇଁ ୧୧୩୭ କୋଟି ଟଙ୍କା ଖର୍ଚ୍ଚ ହେବ । ଯାହାର କ୍ୟାମ୍ପେନ୍ ବିଦେଶରେ ମଧ୍ୟ ଚାଲିବ ।

ଏହି ସ୍ୱତନ୍ତ୍ର ଅଭିଯାନର ଲକ୍ଷ୍ୟ ହେଉଛି ଏହି ବଡ଼ ଦେଶଗୁଡ଼ିକର ଲୋକମାନଙ୍କୁ ଅଷ୍ଟ୍ରେଲିଆ ଯାତ୍ରା କରିବାକୁ ଉତ୍ସାହିତ କରିବା । ଏହି ଯୋଜନାରେ ସାମିଲ ହେବା ପାଇଁ ଇଚ୍ଛୁକ ଥିବା ଲୋକମାନଙ୍କୁ ସାହାଯ୍ୟ ଏବଂ ସୁବିଧା ଯୋଗାଇ ଦିଆଯିବ । ଯାହା ଅଗଷ୍ଟ ୭ରୁ ଚୀନରେ ଆରମ୍ଭ ହେବ । ପର ବର୍ଷର ଶେଷ ସୁଦ୍ଧା ଅନ୍ୟ ଦେଶ ଯେମିତିକି ଭାରତ, ଆମେରିକା ଭଳି ଦେଶ ପାଇଁ ଆରମ୍ଭ କରାଯିବ । ଯାହା ଅଷ୍ଟ୍ରେଲିଆରେ ପର୍ଯ୍ୟଟନ ବୃଦ୍ଧି କରିବା ସହିତ ଭଲ ଅର୍ଥ ମଧ୍ୟ କମେଇ ପାରିବ ।

ଏହାରି ମଧ୍ୟରେ ପର୍ଯ୍ୟଟନ ଅଷ୍ଟ୍ରେଲିଆର ନିର୍ଦ୍ଦେଶକ ଫିଲିପା ହାରିସନ୍ କହିଛନ୍ତି ଯେ, “ଆମର ଏହି ନୂଆ ଅଭିଯାନରେ ରୁବିଙ୍କ ସମେତ ପାଞ୍ଚଟି ଭିନ୍ନ ଭିନ୍ନ କ୍ଷେତ୍ରର ଅନେକ ପ୍ରସିଦ୍ଧ ପ୍ରତିଭା ସାମିଲ ହେବେ । ଯେଉଁମାନେ ଅଷ୍ଟ୍ରେଲିଆରେ ବିତାଇଥିବା ସେମାନଙ୍କ ସମୟର ଅଭିଜ୍ଞତାକୁ ସେୟାର କରିବେ ।”

ଅନ୍ୟପଟେ ସାରା ଅନେକ ଥର ଅଷ୍ଟ୍ରେଲିଆ ଯାଇଛନ୍ତି । କାରଣ ପୂର୍ବତନ କ୍ରିକେଟର ମାଥ୍ୟୁ ହେଡେନଙ୍କ ଝିଅ ମଧ୍ୟ ସାରାଙ୍କର ବହୁତ ଭଲ ବନ୍ଧୁ । ତେଣୁ ସେ ଯେତେବେଳେ ଅଷ୍ଟ୍ରେଲିଆ ଯାଆନ୍ତି ସେତେବେଳେ ତାଙ୍କ ସହ ଦେଖା କରି ଆସନ୍ତି । ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳିଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading